ରେଲୱେ ଖାଲି ଜମିରେ ନିର୍ମାଣ ହେବ ବହୁ ତଳ ପ୍ରାସାଦ

୩ ଦିନରେ ବିକ୍ରି ହେଲା ୧,୧୩୭ ଦାମୀ ଆପାର୍ଟମେଣ୍ଟ୍‌

twinsengineering.com

ନୂଆଦିଲ୍ଲୀ, : ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ରେଲୱେ ଜମିରେ ବହୁ ତଳ ବିଶିଷ୍ଟ ପ୍ରାସାଦ, ରେଳ କଲୋନି ଓ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରାଯିବ। ରେଳ ଜମିକୁ ମଧ୍ୟ ଲିଜ୍‌ରେ ଦିଆଯିବ। ଏଥିରେ ‘ରିୟଲ୍‌ ଇଷ୍ଟେଟ୍‌ ଡେଭ‌୍‌ଲପରର୍ସ’ ସାଧାରଣ ଜନତାଙ୍କୁ ବଜାର ଠାରୁ ଶସ୍ତା ଦରରେ ଫ୍ଲାଟ୍‌ ନିର୍ମାଣ କରି ଉପଲବ୍ଧ କରାଇବେ।

ରେଲ୍‌ ଡେଭଲପ୍‌ମେଣ୍ଟ ଅଥରିଟି (ଆର୍‌ଏଲ୍‌ଡିଏ) ଏଥି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିରେ ଓଡ଼ିଶାର ଭୁବନେଶ୍ବର ଓ ପୁରୀ ଭଳି ସହରରେ ଖାଲିପଡ଼ିଥିବା ରେଳ ଜମିକୁ ଉପଯୋଗ କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ୨୦୨୨ ଜାନୁଆରିରୁ ସାରା ଦେଶର ୮୪ଟି ସ୍ଥଳ (ସାଇଟ୍‌)ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୨୫ ହଜାର ରେଳ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ଓ ଫ୍ଲାଟ୍‌ ତିଆରି ହେବ। ଏହା ସହ ରେଳ ଜମିକୁ ୯୯ ବର୍ଷିଆ ଲିଜ୍‌ ମଧ୍ୟ ଦିଆଯିବ ଓ ଶହେଟି ସ୍ଥାନରେ ବ୍ୟବସାୟିକ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସାରା ଦେଶରେ ରେଲୱେର ପାଖାପାଖି ୪୩ ହଜାର ହେକ୍ଟର ଜମି ଏବେ ଖାଲିପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe