ରାତିର ଅନ୍ଧାର ଘୋଟିଲେ ନୀଳବର୍ଣ୍ଣ ଶୃଗାଳ ପରି ଅସଲ ରୂପରୁ ଫେରୁଛି ପାକିସ୍ତାନ: ସୀମା ସେପଟୁ ମାରୁଛି ଗୁଳି, ଛାଡୁଛି ଡ୍ରୋନ୍...

କଥାରେ ଅଛି ମତେ ଯେତେ ମାଠିବୁ ମାଠ... ମୁଁ ସେହି ଦରପୋଡା କାଠ... ଏହି କଥା ପାକିସ୍ତାନ କ୍ଷେତ୍ରରେ ସତ ହୋଇଛି । କାରଣ ପହଲଗାମ୍ ବଦଲା ନେବାକୁ ଯାଇ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ପାନେ ଦେବା ସହ ଆତଙ୍କୀଙ୍କ ଆଡ୍ଡାରେ ହମଲା କରି ପୂରା ପାକିସ୍ତାନକୁ ଥରହର କରାଇବା ପରେ ଲଗାତାର ୩ ଦିନର ଆକ୍ରମଣ ଏବଂ ଭାରତର ଏୟାର ଷ୍ଟ୍ରାଇକରେ ବିଚଳିତ ହୋଇ ପାକିସ୍ତାନ ...

mathibu

Photograph: (sambad.in)

ନୂଆଦିଲ୍ଲୀ: କଥାରେ ଅଛି ମତେ ଯେତେ ମାଠିବୁ ମାଠ... ମୁଁ ସେହି ଦରପୋଡା କାଠ... ଏହି କଥା ପାକିସ୍ତାନ କ୍ଷେତ୍ରରେ ସତ ହୋଇଛି । କାରଣ ପହଲଗାମ୍ ବଦଲା ନେବାକୁ ଯାଇ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ପାନେ ଦେବା ସହ ଆତଙ୍କୀଙ୍କ ଆଡ୍ଡାରେ ହମଲା କରି ପୂରା ପାକିସ୍ତାନକୁ ଥରହର କରାଇବା ପରେ ଲଗାତାର ୩ ଦିନର ଆକ୍ରମଣ ଏବଂ ଭାରତର ଏୟାର ଷ୍ଟ୍ରାଇକରେ ବିଚଳିତ ହୋଇ ପାକିସ୍ତାନ ଭାରତ ଉପରେ ଯେଉଁ ନିଚ୍ଚ ହମଲା କରୁଥିଲା ତାହା ସାରା ବିଶ୍ବ ଦେଖିଛି । ଭାରତ ଆତଙ୍କୀ ଆଡ୍ଡା ଉପରେ ହମଲା କରିଥିବା ବେଳେ ପାକିସ୍ତାନ କିନ୍ତୁ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ କରି ଏବଂ ଡ୍ରୋନ ହମଲା କରୁଥିଲା ଯାହାର ଜବାବ ଭାରତୀୟ ସେନା ଦେଉଥିଲେ । 

guli...
Photograph: (sambad.in)

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ଆଜି ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା। ଆଜି ସଂଧ୍ୟା ୫ଟାରୁ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିବା ବେଳେ ଘୋଷଣାର ୩ ଘଣ୍ଟା ବି ପୂରିନି ପାକିସ୍ତାନ ତାର ଅସଲ ମୁଖା ଦେଖାଇ ଦେଇଛି । ଆଉ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ସୀମାରେ ଗୁଳିବର୍ଷା କରିଛି ପାକିସ୍ତାନ । ପୁଣି ସୀମା ସେପଟୁ ଗୁଳି ବର୍ଷା କରିବା ସହ ଡ୍ରୋନ୍ ଆକ୍ରମଣ କରିଥିଲା । ଜାମ୍ମୁକାଶ୍ମୀର, ଅଖନୁର, ଆରଏସପୁରା, ଚାମ୍ବା, ଭିମବର ଆଦି ଅଞ୍ଚଳରେ ପାକିସ୍ତାନ ପଟୁ ଗୁଳିମାଡ ହେଉଥିବା ବେଳେ ଶ୍ରୀନଗରରେ ୭୦ରୁ ଅଧିକ ଡ୍ରୋନ ଉଡୁଥିବା କୁହାଯାଉଥିଲା । ଶ୍ରୀନଗରରେ ବି ବିସ୍ଫୋରଣ ହୋଇଥିବା ନିଜେ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଶୁଣିଛନ୍ତି ବୋଲି ଏକ୍ସରେ ପୋଷ୍ଟ କରିଥିଲେ । ତେବେ ପାକିସ୍ତାନ ଡ୍ରୋନ ଆକ୍ରମଣକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ ଆଉ ସମସ୍ତ ଡ୍ରୋନକୁ ଖାସାଇ ଦେଇଛନ୍ତି । ଇତିମଧ୍ୟରେ ସୀମାରେ ଏବେ କୌଣସି ଗୁଳିମାଡ ହେଉନଥିବା ସେନା ସୂତ୍ରରୁ ସୂଚନା ମିଳିଛି । 

ଓମାର 1
Photograph: (sambad.in)

ସେପଟେ ଆଜି ଭାରତ-ପାକିସ୍ତାନ ଭିତରେ ଅସ୍ତ୍ରବିରତି ନେଇ ଘୋଷଣା ହେବା ପରେ ଦୁଇ ଦେଶ ଭିତରେ ଉତ୍ତେଜନା ସ୍ଥିତିରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଲା ବୋଲି କୁହାଯାଉଥିବା ବେଳେ ନୀଳବର୍ଣ୍ଣ ଶୃଗାଳ ପରି ପୁଣି ରାତି ହେଲେ ନିଜ ଅସଲ ରୂପରୁ ଫେରି ପାକିସ୍ତାନ ଆକ୍ରମଣ କରୁଥିବା ଏ ସବୁ ଘଟଣାରୁ ଅନୁମାନ କରିହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe