ଏକାଧିକ ବିସ୍ଫୋରଣରେ ଦୋହଲି ଉଠିଲା ଇରାକ୍‌ର ଏର୍ବିଲ୍‌ ବିମାନ ବନ୍ଦର

Advertisment
ଏକାଧିକ ବିସ୍ଫୋରଣରେ ଦୋହଲି ଉଠିଲା ଇରାକ୍‌ର ଏର୍ବିଲ୍‌ ବିମାନ ବନ୍ଦର

Image Courtesy of Zee News

ବାଗ୍‌ଦାଦ୍‌: ଇରାକ୍‌ସ୍ଥିତ ‘ଏର୍ବିଲ୍‌ ଆନ୍ତର୍ଜାତିକ ବିମାନ ବନ୍ଦର’ ନିକଟରେ କେତେଗୁଡ଼ିଏ ବିସ୍ଫୋରଣ ଘଟିଥିବା କଥା ‘ରୁଡ୍‌ୱ ଟିଭି’ ରିପୋର୍ଟକୁ ଭିତ୍ତିକରି ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’ ରିପୋର୍ଟ କରିଛି।

ନିରାପତ୍ତା ସେବାରୁ ପ୍ରାପ୍ତ ପ୍ରାଥମିକ ରିପୋର୍ଟ ଅନୁସାରେ, ଉପରୋକ୍ତ ବିସ୍ଫୋରଣ ଡ୍ରୋନ୍‌ କିଂବା ରକେଟ୍‌ ଆକ୍ରମଣ ହେତୁ ଘଟିଛି, ତାହା ସ୍ପଷ୍ଟ ହୋଇ ନ ଥିବା ଗତ ମଧ୍ୟରାତ୍ର ପରେ ‘ରୁଡ୍‌ୱ’ ରିପୋର୍ଟ ଟୁଇଟ୍‌ କରିଥିଲା।

କୁର୍ଦିସ୍ତାନ୍‌ ଅଞ୍ଚଳର ‘କାଉଣ୍ଟର୍‌-ଟେରରିଜିମ୍‌ ଡାଇରେକ୍ଟୋରେଟ୍‌’ ସୂଚନାକୁ ଆଧାର କରି ପରେ ଉକ୍ତ ‘ଟିଭି ଚାନେଲ୍‌’ କହିଲା ଯେ, ଶନିବାର ବିଳମ୍ବିତ ରାତ୍ରରେ ଏର୍ବିଲ୍‌ ବିମାନ ବନ୍ଦରରେ ଅନ୍ୟୂନ ଗୋଟିଏ ବିସ୍ଫୋରକ ପୂର୍ଣ୍ଣ ଡ୍ରୋନ୍‌ ବିସ୍ଫୋରଣ ଘଟିଛି।

publive-image Image Courtesy of Newsroom Post

ବିମାନ ବନ୍ଦର ନିକଟରେ ଅନ୍ୟୂନ ତିନୋଟି ବିସ୍ଫୋରଣ ଘଟିଥିବା କଥା ‘ରୁଡ୍‌ୱ’ କହିଛି।

ଅପରପକ୍ଷେ, ଦୁଇଟି ଡ୍ରୋନ୍‌ ଆକ୍ରମଣ ହୋଇଥିବା କଥା କୁର୍ଦିସ୍ତାନ ସିଟି ‌ରିପୋର୍ଟ କରିଛି। ଗୋଟିଏ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବେଳେ ଅନ୍ୟଟିକୁ ଗୁଳି ମାରି ଖସାଇ ଦିଆଯାଇଥିଲା। ବିସ୍ଫୋରଣ ସମୟରେ ଏର୍ବିଲ୍‌ରେ ଥିବା ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ରେ ସାଇରନ୍‌ ବାଜି ଉଠିଥିଲା ବୋଲି କୁର୍ଦିସ୍‌ ଗଣମାଧ୍ୟମ ରିପୋର୍ଟ କରିଛି।

ରବିବାର ପ୍ରତ୍ୟୁଷରେ ସମ୍ବାଦପତ୍ର ‘ଦି ଜେରୁଜେଲମ୍‌ ପୋଷ୍ଟ୍’ ରିପୋର୍ଟ କରିଛି ଯେ, ଏର୍ବିଲ୍‌ ବିମାନ ବନ୍ଦର ଡ୍ରୋନ୍‌ ଆକ୍ରମଣର ସରବ୍ୟ ହୋଇଛି। କିନ୍ତୁ, ଉକ୍ତ ଡ୍ରୋନ୍‌ଗୁଡ଼ିକୁ ବାଧା ଦିଆଯାଇ ନଷ୍ଟ କରି ଦିଆଯାଇଛି। ଡ୍ରୋନ୍‌ ଆକ୍ରମଣ ଘଟଣାକୁ ‘ଯୁକ୍ତରାଷ୍ଟ୍ର ଆମେରିକା ମେଣ୍ଟ’ ସୁନିଶ୍ଚିତ କରିଥିବା କଥା ‘କୁର୍ଦିସ୍ତାନ ୨୪’ରୁ ସୂଚନା ଉଦ୍ଧୃତ କରି ଉକ୍ତ ସମ୍ବାଦପତ୍ର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe