ପ୍ରବଳ ବର୍ଷାରେ ବେହାଲ୍ ଦିଲ୍ଲୀ: ବିମାନ ଚଳାଚଳ ବାଧାପ୍ରାପ୍ତ, ଜାରି ହେଲା ଆଡ୍‌ଭାଇଜରୀ

ଦେଶର ଅନେକ ସ୍ଥାନରେ ମୌସୁମୀ ବର୍ଷା ତାଣ୍ଡବ ରଚୁଛି। କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ବନ୍ୟା ପାଣି ଘରେ ପଶିଲାଣି। ଲଗାଣ ବର୍ଷା ପାଇଁ ବେହଲ ହେବାରେ ଲାଗିଛି ଜନଜୀବନ।

New Project (3)

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ମୌସୁମୀ ବର୍ଷା ତାଣ୍ଡବ ରଚୁଛି। କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ବନ୍ୟା ପାଣି ଘରେ ପଶିଲାଣି। ଲଗାଣ ବର୍ଷା ପାଇଁ ବେହଲ ହେବାରେ ଲାଗିଛି ଜନଜୀବନ। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ମଧ୍ୟ ପ୍ରବଳ ବର୍ଷା ହେଉଥିବା ଜଣାଯାଇଛି।

ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ଗ୍ରେଟର ନୋଏଡା ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳର ରାସ୍ତା ପାଣିରେ ବୁଡ଼ି ରହିଥିବା ସହ ବିମାନବନ୍ଦରର ରନୱେ ମଧ୍ୟ ପାଣିରେ ବୁଡ଼ି ରହିଛି। 

ଏଥିପାଇଁ ଅନେକ ବିମାନ ଚଳାଚଳରେ ବାଧା ଉପୁଜୁଛି। ପ୍ରବଳ ବର୍ଷା ଓ ପବନ ପାଇଁ ଇଣ୍ଡିଗୋ, ସ୍ପାଇସ୍‌ଜେଟ୍ ଓ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନିମାନେ ଆଡ୍‌ଭାଇଜରୀ ଜାରି କରିଛନ୍ତି। ଇଣ୍ଡିଗୋ ଏକ୍ସରେ ପୋଷ୍ଟ କରି କହିଛି ଯେ, "ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ, ଆମେ ବିମାନବନ୍ଦରକୁ ଯିବା ଆସିବାରେ ବିଳମ୍ବ ଏବଂ ଟ୍ରାଫିକ୍ ସମସ୍ୟା ହେବାର ସମ୍ଭାବନା ଥିବା ଦେଖୁଛୁ। ଯଦିଓ ଆମେ ଆକାଶକୁ ନିୟନ୍ତ୍ରଣ କରିପାରିବୁ ନାହିଁ, ତଥାପି ଆମେ ଭୂମିରେ ଆପଣଙ୍କ ଯାତ୍ରାକୁ ସ୍ଥିର ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। ଦୟାକରି ଆପଣଙ୍କର ବିମାନ ଉଡ଼ାଣର ସମୟ ଯାଞ୍ଚ କରି ଘରୁ ବାହାରନ୍ତୁ। ହାତରେ ସମୟ ରଖି ଟିକିଏ ଆଗୁଆ ବିମାନବନ୍ଦରରେ ପହଞ୍ଚିବା ପାଇଁ ବିଚାର କରନ୍ତୁ। ଆମେ ଆପଣଙ୍କୁ ସବୁ ସୂଚନା ଦେବୁ। ସବୁ ପ୍ରକାରର ସାହାଯ୍ୟ ପାଇଁ ଆମେ ଅଛୁ।"

ବର୍ଷା ପାଇଁ ଉଡ଼ାଣ ଓ ଅବତରଣ ବିଳମ୍ବ ହେଉଥିବାରୁ ସ୍ପାଇସ୍‌ଜେଟ୍ ଓ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନିମାନେ ମଧ୍ୟ ଯାତ୍ରୀଙ୍କୁ ବିମାନ ଉଡ଼ାଣର ସମୟ ଯାଞ୍ଚ କରି ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe