ଫ୍ଲୋରିଡାରେ ରାପର୍‌ ଫ୍ରେଞ୍ଚ୍‌ ମଣ୍ଟାନାଙ୍କ ମ୍ୟୁଜିକ୍‌ ଭିଡିଓ ସୁଟିଙ୍ଗ୍‌ ବେଳେ ଗୁଳିମାଡ଼; ୧୦ ଆହତ

Advertisment
ଫ୍ଲୋରିଡାରେ ରାପର୍‌ ଫ୍ରେଞ୍ଚ୍‌ ମଣ୍ଟାନାଙ୍କ ମ୍ୟୁଜିକ୍‌ ଭିଡିଓ ସୁଟିଙ୍ଗ୍‌ ବେଳେ ଗୁଳିମାଡ଼;  ୧୦ ଆହତ

Image Courtesy of 9news

ମିଆମି: ଗୁରୁବାର ସନ୍ଧ୍ୟା ବେଳେ ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ମିଆମି ଅଞ୍ଚଳର ଏକ ରେସ୍ତୋରାଁ ବାହାରେ ଗୁଳି ମାଡ଼ ଯୋଗୁଁ ଅନ୍ୟୂନ ୧୦ଜଣ ଲୋକ ଆହତ ହୋଇଛନ୍ତି। ସେତେ‌ବେଳେ ରାପର୍‌ ଫ୍ରେଞ୍ଚ୍‌ ମଣ୍ଟାନା ଗୋଟାଏ ମ୍ୟୁଜିକ୍‌ ଭିଡିଓ ସୁଟିଙ୍ଗ୍‌ କରୁଥିଲେ ବ‌ୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଖବର ପାଇବାକ୍ଷଣି ସ୍ଥାନୀୟ ସମୟ ସନ୍ଧ୍ୟା ୮ଟା ବେଳେ ‘ଦି ଲିକିଙ୍ଗ୍‌’ ରେସ୍ତୋରାଁ ବାହାରେ ହୋଇଥିବା ଉକ୍ତ ଗୁଳିକାଣ୍ଡସ୍ଥଳରେ ମିଆମି ଗାର୍ଡେନ୍‌ ପୁଲିସ ପହଞ୍ଚିଥିଲା।

ଏହି ଗୁଳିକାଣ୍ଡରେ କେତେ ଜଣ ଆହତ ହୋଇଛନ୍ତି ପୁଲିସ ସୁନିଶ୍ଚିତ କରି ନ ଥିଲେ ମଧ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ସ୍ଥାନୀୟ ଟେଲିଭିଜନ୍‌ ସେଣ୍ଟର୍‌ ‘ଡବ୍ଲୁଏସ୍‌ଭିଏନ୍‌’କୁ କହିଛନ୍ତି ଯେ, ୧୦ଜଣରୁ ଅଧିକ ଆହତ ହୋଇଛନ୍ତି।

publive-image Image Courtesy of 9news

ଘଟଣାସ୍ଥଳରେ ରକ୍ତାକ୍ତ ହୋଇ ଲୋକେ ତଳେ ପଡ଼ିଥିବାର ଦୃଶ୍ୟ ଯାଞ୍ଚ ନ ହୋଇଥିବା ଗୋଟାଏ ଫୁଟେଜ୍‌ରେ ଦେଖାଯାଉଛି।

‘ସବିଏସ୍‌ ନିଉଜ୍‌’କୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ରାପର୍‌ ଫ୍ରେଞ୍ଚ୍‌ ମଣ୍ଟାନାଙ୍କ ମ୍ୟୁଜିକ୍‌ ଭିଡିଓ ସୁଟିଙ୍ଗ୍‌ ଚାଲିଥିବା ବେଳେ ରେସ୍ତାରାଁରେ ଥିବା ପାର୍କିଙ୍ଗ୍‌ସ୍ଥଳରେ ଗୁଳିକାଣ୍ଡ ଘଟିଥିଲା। ଅନ୍ୟୂନ ୧୦/୧୮ ଥର ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ଭୟରେ ଲୋକ‌େ ଏଣେତେଣେ ଦୌଡ଼ିଥିଲେ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ପାରାମେଡିକ୍‌ ଓ ମିଆମି-ଡେଡ୍‌ ରେସ୍କ୍ୟୁ ପହଞ୍ଚି ୪ଜଣ ଆହତଙ୍କୁ ସେ ଅଞ୍ଚଳରେ ଥିବା ଡାକ୍ତରଖାନାମାନଙ୍କୁ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି।

ଗୁଳିକାଣ୍ଡ ପରେ ପରେ ସେ ଅଞ୍ଚଳରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ରେସ୍ତୋରାଁ ସବୁ ତତ୍‌କ୍ଷଣାତ୍‌ ବନ୍ଦ କରିଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe