ଓଡ଼ିଶାର କଳା, ସଂସ୍କୃତିକୁ ନେଇ ଏକାଧିକ କାର୍ଯ୍ୟକ୍ରମ: ଓଡ଼ିଶା ପର୍ବର ଦ୍ବିତୀୟ ଦିବସରେ ପ୍ରବଳ ଜନସମାଗମ

Advertisment

ନୂଆଦିଲ୍ଲୀ ଓଡ଼ିଶା ସମାଜ ପକ୍ଷରୁ ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ତିନିଦିନିଆ ଓଡ଼ିଶା ପର୍ବ-୨୦୨୪ର ଦ୍ବିତୀୟ ଦିବସରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି।

ନୂଆଦିଲ୍ଲୀ ଓଡ଼ିଶା ସମାଜ ପକ୍ଷରୁ ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ତିନିଦିନିଆ ଓଡ଼ିଶା ପର୍ବ-୨୦୨୪ର ଦ୍ବିତୀୟ ଦିବସରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି।

fsfshfhsfsh

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଓଡ଼ିଶା ସମାଜ ପକ୍ଷରୁ ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ତିନିଦିନିଆ ଓଡ଼ିଶା ପର୍ବ-୨୦୨୪ର ଦ୍ବିତୀୟ ଦିବସରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି। ଦ୍ବିତୀୟ ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର, କେନ୍ଦ୍ର  ସଂସ୍କୃତି ମନ୍ତ୍ରଣାଳୟ ସଚିବ ଅରୁନିଶ ଚାୱଲା, ବିଶିଷ୍ଟ ସଂସ୍କୃତ ଶିକ୍ଷାବିତ୍‌ ରାମକ୍ରିଷ୍ଣା ଶାସ୍ତ୍ରୀ ଓ ଦିଲ୍ଲୀ ଓଡ଼ିଶା ସମାଜର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ‌ଯୋଗ ଦେଇଥିଲେ। 

ଦ୍ବିତୀୟ ଦିନ ସାରସ୍ବତ ସମାରୋହରେ ଡ. ପ୍ରତିଭା ରାୟ, ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ଦମୟନ୍ତୀ ବେସ୍ରା, ରାମଜିତ ଟୁଡ଼ୁ, ଡ. ଇନ୍ଦ୍ରାଣୀ ମହାନ୍ତି, ଡ. ରାଜେନ୍ଦ୍ର ପାଢ଼ୀ, ପାରମିତା ଶତପଥୀ ପ୍ରମୁ୍ଖ ଯୋଗଦେଇ ଭା‌ଷା, ସାହିତ୍ୟ, ମାତୃଭାଷା ଓ ନୂତନ ଶିକ୍ଷାନୀତି ସଂପର୍କରେ ଆଲୋଚନା କରିଥିଲେ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଆଜି ଷ୍ଟଲ୍‌ଗୁଡ଼ିକ ପରିଦର୍ଶନ କରିଥିଲେ। ପ୍ରଦର୍ଶିତ ପାରମ୍ପରିକ ଓଡ଼ିଆ ଖାଦ୍ୟପେୟ ଷ୍ଟଲ୍‌ରେ ଅଣଓଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀଗୁଡ଼ିକର ବିକ୍ରି ଉତ୍ସାହଜନକ ଥିଲା। ପ୍ରସିଦ୍ଧ ଛଉ ନୃତ୍ୟ ଶିଳ୍ପୀ ଗୁରୁ ସୁଦର୍ଶନ ସାହୁ ଓ ଗ୍ରୁପ୍‌ ଦ୍ବାରା ଓଡ଼ିଶୀ ଓ ଛଉ ନୃତ୍ୟର ଫ୍ୟୁଜନ୍‌ ନୃତ୍ୟ ‘ବେଦାନ୍ତ’ ପରିବେଷଣ କରାଯାଇଥିଲା। ଜାତୀୟ ଓ ଆନ୍ତର୍ଜ‌ାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ସମରକଳା ‘ଫେଟ ଫାଇଟର୍ସ’ ଦ୍ବାରା ପ୍ରସ୍ତୁତ ମାଲଖମ୍ବ ଓ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଓ ଲୋକନୃତ୍ୟ ‘ସଂସ୍କୃତି ଧାରା’ ଅନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଥିଲା। ସମ୍ବଲପୁରୀ ରାପର୍‌ ପ୍ରୟାସ ବହିଦାରଙ୍କ ଆଧୁନିକ ସଙ୍ଗୀତ ପରିବେଷଣର ମଜା ଦର୍ଶକମାନେ ଉପଭୋଗ କରିଥିଲେ। ଆରାଧନା ନୃତ୍ୟ ଏକାଡେମୀ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ,ବର୍ଣ୍ଣାଳୀ ହୋତା ଓ ଅଭିଜିତ ମିଶ୍ରଙ୍କ ସଂଗୀତକୁ ଲୋକେ ଉପଭୋଗ କରିଥିଲେ। ଆସନ୍ତାକାଲି ଉଦ୍‌ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe