ବ୍ରିଟେନର ବର୍ମିଂହାମରେ ଏକାଧିକ ଛୁରାମାଡ଼, ବଡ଼ ଘଟଣା ବୋଲି କହିଲା ପୁଲିସ

ବ୍ରିଟେନର ବର୍ମିଂହାମରେ ଏକାଧିକ ଛୁରାମାଡ଼, ବଡ଼ ଘଟଣା ବୋଲି କହିଲା ପୁଲିସ

ndtv

ନୂଆଦିଲ୍ଲୀ: ଆଜି ବର୍ମିଂହାମ ସିଟି ସେଣ୍ଟରରେ ଏକାଧିକ ଛୁରାମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ଏହା ଏକ ପ୍ରମୁଖ ଘଟଣା ବୋଲି ଘୋଷଣା କରିବା ସହ ପ୍ରକୃତରେ କ’ଣ ଘଟିଛି ଏବଂ କିଏ ଏଭଳିି ଅପରାଧ କରିଛି ସେ ନେଇ ତଦନ୍ତ ଚାଲିଥିବା କହିଛି ପୁଲିସ। ପୁଲିସର କହିବା ମୁତାବକ, "ଆଜି ରାତି ପ୍ରାୟ ୧୨:୩୦ ସମୟରେ ଆମକୁ ବର୍ମିଂହାମ ସିଟି ସେଣ୍ଟରରେ ଛୁରାମାଡ଼ ହୋଇଥିବା ନେଇ ଖବର ମିଳିଥିଲା। ଆମ୍ବୁଲାନ୍ସ ସେବା ସହ  ଆମେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲୁ ବୋଲି କହିଛି ପୁଲିସ।

Major incident in Birmingham city centre after multiple stabbings, police  say | UK News | Sky News Sky News

ଘଟଣାସ୍ଥଳର ସୂଚନା ଦେଇ ପୁଲିସ କହିଛି ଯେ, "ଆମେ ଅନେକ ଆହତ ବ୍ୟକ୍ତିଙ୍କ ବିଷୟରେ ଅବଗତ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମେ କେତେ ଜଣ ଏବଂ ସେମାନେ କେତେ ଅଧିକ ଗୁରୁତର ହୋଇଛନ୍ତି ତାହା କହିବା ସ୍ଥିତିରେ ନାହୁଁ। ତଥାପି ଘଟଣାସ୍ଥଳରେ ସମସ୍ତ ଜରୁରୀକାଳୀନ ସେବା ପହଞ୍ଚିସାରିଥିବା ବେଳେ ଆହତମାନଙ୍କ ଚିକିତ୍ସା କରାଯାଉଛି। ଚିକିତ୍ସା ପରେ ଆହତମାନଙ୍କ ଚେତା ଫେରିବା ପରେ ହିଁ ପୂରା ଘଟଣା ଜଣା ପଡ଼ିପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe