କରୋନାଭୂତାଣୁ ସହ ଲଢ଼ିବାକୁ ଏକାଧିକ ଟିକା ଜରୁରୀ

Advertisment
୫୮ ସ୍ବାସ୍ଥ୍ୟ କେନ୍ଦ୍ରରେ ଆ‌ଜିଠୁ ଟିକାଦାନ

Technology Networks

ଓ୍ୱାସିଂଟନ : ମହାମାରୀ କରୋନାଭୂତାଣୁ ବିଶ୍ବବାସୀଙ୍କୁ ଏମିତି ଆକ୍ରାନ୍ତ କରିଚାଲିଛି ଯେ ଆଗରୁ ଏଭଳି ସ୍ଥିତି କେବେ ଦେଖାଯାଇନଥିଲା। ମାତ୍ର ସାତ ମାସ ଭିତରେ ଏହି ଘାତକ ଭୂତାଣୁ ସାର୍ସ-କୋଭ୍-୨ ସଂକ୍ରମଣରେ କୋଟିଏ ୭୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ସହ ପାଖାପାଖି ୬ ଲକ୍ଷ ୭୮ ହଜାର ଲୋକଙ୍କର ଜୀବନ ଗଲାଣି। ଏହାର ଉପଦ୍ରବରେ ନୟାନ୍ତ ହୋଇପଡ଼ିଥିବା ସାରା ବିଶ୍ବ ଏହାର ମୁକାବିଲା ପାଇଁ ଏକ ଫଳପ୍ରଦ ଟିକାକୁ ଚାତକ ପରି ଚାହିଁବସିଛି। ତେବେ ଗୋଟିଏ ଟିକା ବଜାରରେ ଉପଲବ୍ଧ ହେବାଟା ଯଥେଷ୍ଟ ନୁହେଁ, କାରଣ ଆମ ଲୋକସଂଖ୍ୟା ହିଁ ଏବେ ପ୍ରମୁଖ ଆହ୍ବାନ ପାଲଟିଛି।

ବିଶ୍ବର ପ୍ରାୟ ୭୮୦ କୋଟି ଲୋକଙ୍କର ଟିକାକରଣ ପାଇଁ କେବଳ ଭେଷଜ କମ୍ପାନିମାନେ ମିଳିତ ଭାବେ କୌଣସି ଗୋଟିଏ ବିକଶିତ ଟିକାର ପର୍ଯ୍ୟାପ୍ତ ମାତ୍ରା ପ୍ରସ୍ତୁତ କରିଦେଲେ ତାହା ସମସ୍ୟାର ସମାଧାନ ହେବନାହିଁ। ବରଂ ଏଥିପାଇଁ ଏକାଧିକ ପ୍ରଯୁଜ୍ୟ ଟିକାର ଆବଶ୍ୟକତା ରହିଛି ବୋଲି ଆମେରିକାର ଖ୍ୟାତନାମା ଭେଷଜ ବିଶେଷଜ୍ଞ ଡା. ଆନ୍ଥୋନି ଫୌସି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୬୦ ପ୍ରକାର କୋଭିଡ୍‌ ଟିକାର ବିକାଶ ହୋଇଥିବା ବେଳେ ସେଥିରୁ ୨୬ଟି ହିଁ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିଛନ୍ତି। ତେବେ ସେଥି ମଧ୍ୟରୁ ମାତ୍ର ୪ଟିର ଚୂଡ଼ାନ୍ତ ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ଜାରି ରହିଛି। ସୁତରାଂ ଚଳିତ ବର୍ଷ ଶେଷ ସୁଦ୍ଧା କି ଆଗାମୀ ବର୍ଷ ପ୍ରାରମ୍ଭରେ ଆମର ଆବଶ୍ୟକତା ପାଇଁ ଏକାଧିକ ଟିକା ମିଳିଯିବ ବୋଲି ସେ ଆଶାବାଦୀ ଅଛନ୍ତି। ଯେତେ ଅଧିକ ଟିକା ହେବ, ସେତେ ଅଧିକ ମାତ୍ରା ପ୍ରସ୍ତୁତ କରିହେବ ଏବଂ କରୋନାଭୂତାଣୁ ବିରୋଧରେ ଲଢ଼େଇ ସେତେ ଅଧିକ ଶାଣିତ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe