Hello Tricity
ମୁମ୍ବାଇ: ମୁମ୍ବାଇରେ ୨୬ ବର୍ଷୀୟା ମହିଳା ଓ ତାଙ୍କର ତିନି ଦିନର ନବଜାତ ଶିଶୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଅଭିଯୋଗ ହୋଇଛି ଯେ, ଡାକ୍ତରଖାନାରେ କରୋନା ଭୂତାଣୁ ଦ୍ୱାରା ପୀଡିତ ରୋଗୀଙ୍କ ଶଯ୍ୟା ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିଲା, ଯାହା ଦ୍ୱାରା ଉଭୟ ଶିଶୁ ଓ ମା ସଂକ୍ରମିତ ହୋଇଛନ୍ତି। ଶିଶୁ ଓ ମହିଳାଙ୍କୁ ମଙ୍ଗଳବାର ଦିନ କୁର୍ଲା ଭବ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ କସ୍ତୁରବା ଡାକ୍ତରଖାନାର ନୋଡାଲ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।
Business Todayପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ଜଣେ ଡାକ୍ତର ସେମାନଙ୍କୁ ଡାକି ଉଭୟ ମା ଓ ଶିଶୁର କରୋନା ଭୂତାଣୁ ପରୀକ୍ଷା କରିବାକୁ କହିଥିଲେ ସେତେବେଳେ ସେମାନେ ଡାକ୍ତରଖାନାର ଭୁଲ ବିଷୟରେ ଜାଣିଥିଲେ। ଦୁହିଁଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା | ବର୍ତ୍ତମାନ ଡାକ୍ତରଖାନାର ଅବହେଳାକୁ ନେଇ ପରିବାର ଲୋକେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ମୁମ୍ବାଇରେ କରୋନା ଭୂତାଣୁ ଦ୍ୱାରା ଅନେକ ଆକ୍ରାନ୍ତ ହୋଇଛନ୍ତି। ମୁମ୍ବାଇରେ ଥିବା ବସ୍ତି ଧରାବୀରେ କରୋନାଭାଇରସ୍ ଦ୍ୱାରା ଲୋକ ଆକ୍ରାନ୍ତ ହେଉଥିବା ଜଣା ପଡିଛି | ଗତକାଲି ଏଠାରେ ଜଣେ କରୋନା ଭୂତାଣୁର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଜି ଧରାବୀରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟ ରୋଗୀ ବିଏମସିର ସଫେଇ କର୍ମଚାରୀ ବୋଲି ଜଣା ପଡିଛି | ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପରିବାର ସଦସ୍ୟ ଏବଂ ୨୩ସହଯୋଗୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି |
Follow Us