୨୦୫୦ ସୁଦ୍ଧା ଆରବ ସା‌ଗରରେ ଲୀନ ହେବ ମୁମ୍ବାଇ ସହର

Advertisment
୨୦୫୦ ସୁଦ୍ଧା ଆରବ ସା‌ଗରରେ ଲୀନ ହେବ ମୁମ୍ବାଇ ସହର

ନୂଆଦିଲ୍ଲୀ : ୨୦୫୦ ସୁଦ୍ଧା ବିଶ୍ବର ଅନେକ ତଟବର୍ତ୍ତୀ ସହର ସମୁଦ୍ର ଗର୍ଭରେ ଲୀନ ହେବ। ଭାରତର ମୁମ୍ବାଇ ସହର ଆରବ ସାଗରରେ ଲୀନ ହୋଇଯିବ ବୋଲି ଏକ ନୂଆ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ୟୁଏସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ କ୍ଲାଇମେଟ୍‌ ସେଣ୍ଟ୍ରାଲ ଦ୍ବାରା କରାଯାଇଥିବା ଗବେଷଣାତ୍ମକ ସନ୍ଦର୍ଭ ଅନୁଯାୟୀ, ୨୦୫୦ ସୁଦ୍ଧା ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବିଶ୍ବର ୩୦ କୋଟି ଲୋକ ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁଁ ବାସସ୍ଥାନ ହରାଇବେ ବୋଲି ଜଣାପଡ଼ିଛି। ବିଶ୍ବରେ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ରର ଜଳସ୍ତର ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ ବିଶ୍ବର ଅନେକ ତଟବର୍ତ୍ତୀ ସହର ଜଳମଗ୍ନ ହେବା ସହିତ ଭାରତର ମୁମ୍ବାଇ ସହର ବ୍ୟାପକ ଭାବେ ପ୍ରଭାବିତ ହେବ। ସେହିଭଳି ପୂର୍ବ ଭାରତର କୋଲକାତା ସହର ମଧ୍ୟ ଜଳପତ୍ତନ ବୃଦ୍ଧି ଯୋଗୁଁ ପ୍ରଭାବିତ ହେବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ବିଶ୍ବର ଅନ୍ୟ ସହରମାନଙ୍କ ମଧ୍ୟରେ ବ୍ୟାଙ୍ଗ୍‌କକ, ସାଂଘାଇ, ଆଲେକ୍‌ଜାଣ୍ଡ୍ରିଆ, ଆମ୍‌ଷ୍ଟରଡ୍ୟାମ୍‌ ଭଳି ସହର ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe