ମୁମ୍ବାଇ ଆକ୍ରମଣ ମାମଲା:ବୟାନରେ ନଓ୍ଵାଜ କାଏମ

ମୁମ୍ବାଇ ଆକ୍ରମଣ ମାମଲା:ବୟାନରେ ନଓ୍ଵାଜ କାଏମ

ଇସଲାମାବାଦ: ୨୬/୧୧ ମୁମ୍ବାଇ ବିସ୍ଫୋରଣର ପଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତଥିବା କଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସିରିଫ ସ୍ୱୀକାର କରିବା ପରେ ଆଜି ପାକ୍‌ ସେନା ନଓ୍ଵାଜଙ୍କୁ ସମାଲୋଚନା କରିଛି। ସେ କହିଛନ୍ତି ଯେ, ଯାହାହେଲେ ମଧ୍ୟ ସେ ତାଙ୍କ ବୟାନରେ କାଏମ ରହିବେ ଏବଂ କୌଣସି ପରିଣାମକୁ ଖାତିର କରିବେ ନାହିଁ। ସରିଫ୍‌ଙ୍କ ବୟାନକୁ ନେଇ ପାକିସ୍ତାନରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ କିଛି ରାଜନୈତିକ ଦଳ ତାଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କହିଥିଲେ। ଗତକାଲି ରାତିରେ ପାକିସ୍ତାନ ସେନା ଏନେଇ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା ମଧ୍ୟ କରିଥିଲା। ନଓ୍ଵାଜ ଆଜି କହିଛନ୍ତି ଯେ ଯଦି ମୁଁ ଉକ୍ତ ଘଟଣା ପଛରେ ପାକିସ୍ତାନ ଆତଙ୍କବାଦୀଙ୍କ ହାତଥିବା ସ୍ୱୀକାର କରିଛି, ତା’ହେଲେ କିଛି ଭୁଲ କରିନାହିଁ, କେବଳ ସତ୍ୟକୁ ହିଁ ସାମ୍ନାକୁ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe