ପାକିସ୍ତାନରେ ୭୮ ବର୍ଷ ଜେଲ୍‌ଦଣ୍ଡ ଭୋଗୁଛନ୍ତି ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌: ଜାତିସଂଘ

Advertisment
ପାକିସ୍ତାନରେ ୭୮ ବର୍ଷ ଜେଲ୍‌ଦଣ୍ଡ ଭୋଗୁଛନ୍ତି ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌: ଜାତିସଂଘ

Image Courtesy of India Today

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମା‌ଷ୍ଟର୍‌ମାଇଣ୍ଡ୍‌ ତଥା ବେଆଇନ ଘୋଷିତ ‘ଜମାତ୍‌-ଉଦ୍‌-ଦାୱା’ର ମୁଖ୍ୟ ହାଫିଜ୍‌ ସଇଦ୍‌ ପାକିସ୍ତାନରେ ୭୮ ବର୍ଷ ପାଇଁ ଜେଲ୍‌ଦଣ୍ଡ ଭୋଗୁଥିବା କଥା ଜାତିସଂଘ କହିଛି ବୋଲି ନିଉଜ୍‌ ‌ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି।

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ସମ୍ବନ୍ଧୀୟ ୭ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ‌ସଜା କାଟୁଛନ୍ତି।

୨୦୦୮ ଡିସେମ୍ବରରେ ଜାତିସଂଘ ସୁରକ୍ଷା ପରିଷଦ୍‌ର ‘୧୨୬୭ ଅଲ୍‌-କାଇଦା ସାଙ୍କ୍‌ସନ୍‌ସ୍‌ କମିଟି’ରେ ବିଶ୍ବ ଆତଙ୍କବାଦୀ ଘୋଷିତ ସଇଦ୍‌ ପାକିସ୍ତାନ ସରକାରଙ୍କ ହେପାଜତରେ ଅଛନ୍ତି। ଆତଙ୍କବାଦୀଙ୍କୁ ଯୋଗାଣ ସମ୍ବନ୍ଧୀୟ ୭ଟି ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇ ୨୦୨୦, ୧୨ ଫେବ୍ରୁଆରିରୁ ସେ ୭୮ ବର୍ଷ ପାଇଁ ସଜା କାଟୁଛନ୍ତି ବୋଲି ସଂଶୋଧିତ ବିବୃତିରେ’ ସାଙ୍କ୍‌ସନ୍‌ସ୍‌ କମିଟି’ କହିଛି।

publive-image Image Courtesy of NDTV

କେତେଗୁଡ଼ିଏ ଆତଙ୍କବାଦ ଘଟଣାରେ ଭାରତୀୟ ତଦନ୍ତକାରୀ ଏଜେନ୍‌ସିମାନେ ଖୋଜୁଥିବାରୁ ହାଫିଜ୍‌ ସଇଦ୍‌ଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ୨୦୨୩ ଡିସେମ୍ବର ମାସରେ ଭାରତ ପାକିସ୍ତାନକୁ କହିଥିଲା।

ଏହାଛଡ଼ା, ‘ଲଶ୍କର୍‌-ଏ-ତୈବା’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ସଇଦ୍‌ଙ୍କ ଉପମୁଖ୍ୟ ହାଫିଜ୍‌ ଅବ୍ଦୁଲ୍‌ ସଲାମ୍‌ ଭୁଟ୍ଟାୱିଙ୍କର ମୃତ୍ୟୁ ହୋଇଯାଇଥିବା କଥାକୁ ମଧ୍ୟ ଜାତିସଂଘର ‘ସାଙ୍କ୍‌ସନ୍‌ସ୍‌ କମିଟି’ ସୁନିଶ୍ଚିତ କରିଛି।

୨୦୦୮ ମୁମ୍ବାଇ ଆତଙ୍କବାଦ ଆକ୍ରମଣ ଲାଗି ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀମାନଙ୍କୁ ତାଲିମ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ଭୁଟ୍ଟାୱିଙ୍କର ଗତବର୍ଷ ମେ ମାସରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣରେ ସମ୍ପୃକ୍ତ ଥିବାରୁ ତାଙ୍କୁ ସଜା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe