ବର୍ଷାରେ ମୁମ୍ବାଇ ବେହାଲ, ଟ୍ରେନ୍‌ ସେବା ବାଧାପ୍ରାପ୍ତ

Advertisment
ବର୍ଷାରେ ମୁମ୍ବାଇ ବେହାଲ, ଟ୍ରେନ୍‌ ସେବା ବାଧାପ୍ରାପ୍ତ

ମୁମ୍ବାଇ: ପାଣିପାଗ ବିଭାଗ ଆକଳନର ତିନିଦିନ ପୂର୍ବରୁ ଆଜି ମୌସୁମୀ ମୁମ୍ବାଇରେ ପହଞ୍ଚିଛି ଏବଂ ପ୍ରବଳ ବର୍ଷା ଯୋଗୂ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ ଡ୍ରେନ୍‌ ସଫା ହୋଇ ନଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ରାସ୍ତା ଉପରେ ବର୍ଷାଜଳ ଜମି ରହିବାରୁ ଯାତାୟତରେ ଘୋର ସମସ୍ୟା ଦେଖାଦେଇଛି।

ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଜି ସକାଳୁ ଲଗାତାର ବର୍ଷା ହେଉଥିବାରୁ ଅନ୍ଧେରୀ ସବ୍‌ୱେ, ଏସ୍‌ଭି ରୋଡ୍‌ ସମେତ କେତେକ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି ଏବଂ ଟ୍ରେନ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe