ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇଯିବାରୁ ମୁମ୍ବାଇରେ କଲା ଜରୁରିକାଳୀନ ଅବତରଣ

Advertisment
ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇଯିବାରୁ ମୁମ୍ବାଇରେ କଲା ଜରୁରିକାଳୀନ ଅବତରଣ

ମୁମ୍ବାଇ: ମୁମ୍ବାଇରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇଯିବା କାରଣରୁ ବିମାନଟିକୁ ମଝି ବାଟରୁ ଆଉଥରେ ମୁମ୍ବାଇ ଫେରାଇ ଅଣାଯିବା ସହ ବିମାନଟିର ଜରୁରିକାଳୀନ ଅବତରଣ କରାଯାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଇଣ୍ଡିଗୋ ଏୟାରଲାଇନ୍ସର ୬ଇ ୫୬୫ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବିମାନଟି ଗତ କାଲି ବିଳମ୍ବିତ ରାତ୍ରିରେ ମୁମ୍ବାଇରୁ ବେଙ୍ଗାଲୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ, ଉଡ଼ାଣ ଭରିବାର କିଛି ସମୟ ପରେ ପାଇଲଟ୍‌ ବିମାନଟିର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ପରେ ସେ ବିମାନଟିକୁ ବେଙ୍ଗାଲୁରୁ ଅଭିମୁଖେ ନ ନେଇ ଆଉ ଥରେ ମୁମ୍ବାଇ ଫେରାଇ ଆଣିବା ସହ ମୁମ୍ବାଇ ବିମାନ ବନ୍ଦରରେ ବିମାନଟିର ଜରୁରିକାଳୀନ ଅବତରଣ କରାଇଥିଲେ। ଏହି ବିମାନଟିରେ ୧୮୦ ଜଣ ଯାତ୍ରା କରୁଥିଲେ। ପରେ ଏହି ସମସ୍ତ ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସର ଅନ୍ୟ ଏକ ବିମାନରେ ବେଙ୍ଗାଲୁରୁ ପଠା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe