stock.adobe.com
ମୁମ୍ବାଇ: ମୋବାଇଲ୍ ଗେମ୍ ଖେଳିବାକୁ ମନାକରିବାରୁ ୧୬ ବର୍ଷ ପିଲାର ଆତ୍ମହତ୍ୟା । ମୁମ୍ବାଇରେ ଗୁରୁବାର ଦିନ ଏକ ଅଘଟଣ ଦେଖିବାକୁ ମିଳିଛି । ନିକଟରେ ଲକ୍ଷ୍ନୌର ପିଜିଆଇ ଅଞ୍ଚଳର ଆଲ୍ଡିକୋ କଲୋନିରେ ଗତ ରବିବାର ଏହି ଘଟଣା ଘଟିଛି। ଜଣେ ୧୬ ବର୍ଷର ପୁଅ ମୋବାଇଲ ଗେମ୍ ଖେଳିବାପାଇଁ ମା’ ଫୋନ୍ ନଦେବାରୁ ସେ ରାଗିଯାଇ ବାପାଙ୍କ ପିସ୍ତଲ୍ ଉଠାଇ ମା’ର ମୁଣ୍ଡକୁ ଗୁଳି କରିଦେଲା। ଫଳରେ ଘଟଣାସ୍ଥଳରେ ହିଁ ମା’ର ମୃତ୍ୟୁ ହୋଇଯାଇଥିଲା । ଏଠି ସେହି ମୋବାଇଲ୍ ଗେମ୍ ଖେଳିବାକୁ ନେଇ ୧୬ବର୍ଷର ଆତ୍ମହତ୍ୟା କରିଛି । ପିଲାଟି ପ୍ରଥମେ ଏକ ଆତ୍ମହତ୍ୟା ନୋଟ ଲେଖି ଘରେ ରଖିଥିଲା ପରେ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କଥା ପୁଲିସର ସୂଚନା ଦେଇଛି । ଡିଣ୍ଡୋସି ପୁଲିସର ସୂଚନାନୁସାରେ, ବୁଧବାର ସନ୍ଧ୍ୟାରେ ମୋବାଇଲରେ ଖେଳ ଖେଳୁଥିବା ବେଳେ ପିଲାଟିକୁ ତାର ମାଆ ଫୋନ୍ ରଖି ପାଠ ପଢିବାକୁ କହିଥିଲେ । ଏହା ପରେ ପିଲାଟି ଏକ ଆତ୍ମହତ୍ୟା ନୋଟ ଲେଖି ଘରୁ ବାହାରି ଆସିଥିଲା ।
ଯେତେବେଳେ ତାଙ୍କ ମା ଘରେ ପହଞ୍ଚି ନୋଟ୍ ପଢିଥିଲେ ସେତେବେଳେ ସେ ଆତ୍ମହତ୍ୟା କରିବାକୁ ଯାଉଛି ଏବଂ ସେ ଆଉ ଫେରିବେ ନାହିଁ ବୋଲି ଜାଣିଲେ । ଏହା ପରେ ପରିବାର ସଦସ୍ୟ ତୁରନ୍ତ ଡିଣ୍ଡୋସି ପୁଲିସ ଷ୍ଟେସନକୁ ସୂଚନା ଦେଇଥିଲେ ଏବଂ ପୁଲିସ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲା । ପୁଲିସ ସୂଚନା ପାଇବା ପରେ ମାଲାଡ ଏବଂ କାଣ୍ଡିଭାଲୀ ଷ୍ଟେସନ ମଧ୍ୟରେ କେହି ଜଣେ ଟ୍ରେନ ଆଗରେ ଡେଇଁ ପଡ଼ିଥିବା ଖବର ମିଳିଥିଲା । ତେବେ ତଦନ୍ତରୁ ଜଣାପଡିଛି ଯେ ସେହି ପିଲାଟି ହିଁ ଆତ୍ମହତ୍ୟା କରିଛି ଯିଏ ଆତ୍ମହତ୍ୟା ନୋଟ୍ ଲୋଖିଥିଲା । ବୋରିଭାଲୀ ରେଳ ପୋଲିସ ଏକ ଜିଆରପି ମାମଲା ରୁଜୁ କରି ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି ।
Follow Us