Advertisment

ପ୍ରତିଦିନ ୩୦ମିନିଟ୍, ୧୨ଟି ଘର, ଗୋଟାଏ ଘର ପିଛା ୧୮ହଜାର ଟଙ୍କା; ଆଶ୍ଚର୍ଯ୍ୟ କଲା ରୋଷେୟାଙ୍କ ଦରମା

Advertisment

ଜଣେ ରୋଷେୟା ମାସକୁ କେତେ ରୋଜଗାର କରିପାରିବେ? ଏହାର ଉତ୍ତର ରଖି ମୁମ୍ବାଇରେ ରହୁଥିବା ଜଣେ ମହିଳା ଓକିଲ ଆୟୁଷୀ ଦୋଷୀ ଏପରି ଏକ ଦାବି କରିଛନ୍ତି, ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝଡ଼ ସୃଷ୍ଟି କରିଛି।

ଜଣେ ରୋଷେୟା ମାସକୁ କେତେ ରୋଜଗାର କରିପାରିବେ? ଏହାର ଉତ୍ତର ରଖି ମୁମ୍ବାଇରେ ରହୁଥିବା ଜଣେ ମହିଳା ଓକିଲ ଆୟୁଷୀ ଦୋଷୀ ଏପରି ଏକ ଦାବି କରିଛନ୍ତି, ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝଡ଼ ସୃଷ୍ଟି କରିଛି।

New Project (2)

ନୂଆଦିଲ୍ଲୀ: ଜଣେ ରୋଷେୟା ମାସକୁ କେତେ ରୋଜଗାର କରିପାରିବେ? ଏହାର ଉତ୍ତର ରଖି ମୁମ୍ବାଇରେ ରହୁଥିବା ଜଣେ ମହିଳା ଓକିଲ ଆୟୁଷୀ ଦୋଷୀ ଏପରି ଏକ ଦାବି କରିଛନ୍ତି, ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝଡ଼ ସୃଷ୍ଟି କରିଛି। ଆୟୁଷୀ ତାଙ୍କ ଘରେ ରୋଷେଇ କରୁଥିବା ରୋଷେୟାଙ୍କ ରୋଜଗାର ବିଷୟରେ ପ୍ରକାଶ କରିଛନ୍ତି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ୩୦ମିନିଟ୍ କାମ ପାଇଁ ରୋଷେୟା ପ୍ରତ୍ୟେକ ଘରୁ ୧୮ହଜାର ଟଙ୍କା ନେଉଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ, ଏହି ରୋଷେୟା ପ୍ରତିଦିନ ୧୦-୧୨ଜଣକ ଘରେ ଖାଦ୍ୟ ରୋଷେଇ କରନ୍ତି। ତାଙ୍କୁ ସବୁଠି ମାଗଣା ଖାଦ୍ୟ ଏବଂ ଚା’ ମଧ୍ୟ ମିଳିଥାଏ। ଯଦି ତାଙ୍କୁ ସମୟ ମଧ୍ୟରେ ଦରମା ନମିଳେ, ତେବେ ସେ କିଛି ନ କହି ଚାକିରି ଛାଡି ଦିଅନ୍ତି ବୋଲି ଆୟୁଷୀ ନିଜ ପୋଷ୍ଟରେ ଲେଖିଛନ୍ତି।

ଆୟୁଷୀଙ୍କ ପୋଷ୍ଟକୁ ବିଶ୍ବାସ କରାଗଲେ ଯଦି ସେ ଗୋଟାଏ ଘରୁ ୧୮ହଜାର ନେଉଛନ୍ତି ତେବେ ପ୍ରତିଦିନ ୫ରୁ ୬ଘଣ୍ଟା କାମ କରି ୧୦-୧୨ଜଣକ ଘରୁ ମାସକୁ ୨ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବେ। ତୋବ ଆୟୁଷୀଙ୍କ ଏହି ପୋଷ୍ଟକୁ ଅନେକ ଲୋକ ଅବିଶ୍ବାସ କରିଥିବା ଦେଖାଯାଇଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ଜଣେ ପାର୍ଟ-ଟାଇମ୍ ରୋଷେୟା ପାଇଁ ୧୮,୦୦୦ ଟଙ୍କା? ଗୁରୁଗ୍ରାମରେ, ଏହି କାମ ୪,୦୦୦-୬,୦୦୦ ଟଙ୍କାରେ ହୋଇଯାଉଛି!' ଆଉ ଜଣେ ବ୍ୟବହାରକାରୀ ପଚାରିଛନ୍ତି, '୩୦ ମିନିଟରେ ଖାଦ୍ୟ ତିଆରି ହୋଇଯାଉଛି? ପରଟା ଏବଂ ଭଜା ପ୍ରସ୍ତୁତ କରିବାକୁ ଅତି କମରେ ୪୫ ମିନିଟ୍ ଲାଗେ!'

ଜଣେ ରୋଷେୟା କିପରି ଗୋଟିଏ ଦିନରେ ୧୦-୧୨ଜଣକ ଘରେ କାମ କରିପାରୁଛନ୍ତି ବୋଲି ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି।। ଜଣେ ବ୍ୟବହାରକାରୀ ଥଟ୍ଟା କରି ଲେଖିଛନ୍ତି, 'ଯଦି ସେ ୩୦ମିନିଟରେ ପୂରା ଖାଦ୍ୟ ରାନ୍ଧି ପାରୁଛନ୍ତି, ତେବେ ତାଙ୍କୁ ଯାଦୁକର କହିବା ଉଚିତ, ରୋଷେୟା ନୁହେଁ! ସେ କିପରି ୧୨ଜଣଙ୍କ ଘରର କାମ ସାରିପାରୁଛନ୍ତି। ଏହା ନିଶ୍ଚୟ କିଛି କଳା ଯାଦୁ!'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe