୪ଟି ଡାକ୍ତରଖାନା ଭର୍ତ୍ତି କରାଇବାକୁ ମନା କରିବା ପରେ କୋଭିଡ-୧୯ର ଶିକାର ହୋଇ ପ୍ରାଣ ହରାଇଲେ ହେଡ କନଷ୍ଟେବଳ

Advertisment

୪୮ଘଣ୍ଟାରେ ଗଲାଣି ୩ଜଣ କୋଭିଡ-୧୯ ଆକ୍ରାନ୍ତ କନଷ୍ଟେବଳଙ୍କ ଜୀବନ

୪୮ଘଣ୍ଟାରେ ଗଲାଣି ୩ଜଣ କୋଭିଡ-୧୯ ଆକ୍ରାନ୍ତ କନଷ୍ଟେବଳଙ୍କ ଜୀବନ

୪ଟି ଡାକ୍ତରଖାନା ଭର୍ତ୍ତି କରାଇବାକୁ ମନା କରିବା ପରେ କୋଭିଡ-୧୯ର ଶିକାର ହୋଇ ପ୍ରାଣ ହରାଇଲେ ହେଡ କନଷ୍ଟେବଳ

hindustantimes

ମୁମ୍ବାଇ: ମୁମ୍ବାଇ ପୁଲିସର କୁର୍ଲା ଟ୍ରାଫିକ ଡିଭିଜନ ସହିତ କାମ କରୁଥିବା ୫୭ବର୍ଷୀୟ ହେଡ କନଷ୍ଟେବଳ କୋଭିଡ -୧୯ର ଶିକାର ହୋଇ ସୋମବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପାରେଲର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୪୮ଘଣ୍ଟା ମଧ୍ୟରେ କରୋନାଭାଇରସ୍ କାରଣରୁ ମୁମ୍ବାଇ ପୁଲିସ ଫୋର୍ସର ଏହା ତୃତୀୟ ମୃତ୍ୟୁ ବୋଲି ଜଣା ପଡିଛି | ଏହା ପୂର୍ବରୁ ଦୁଇଜଣ ପୁଲିସ କନଷ୍ଟେବଳ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ |

ନଗର ପୁଲିସର ୫୦ରୁ ଅଧିକ ପୁଲିସ କର୍ମଚାରୀ ଏପର୍ଯ୍ୟନ୍ତ କୋଭିଡ-୧୯ର ଶିକାର ହୋଇଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ସେମାନେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ, ହେଡ କନଷ୍ଟେବଳ ଶୁକ୍ରବାର ଦିନ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ କେଏମ୍ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍(ଆଇସିୟୁ)ରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା। ତାଙ୍କର ରକ୍ତଚାପ ଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Mumbai constable dies, 2nd Covid-19 death in police force in 24 ... Hindustan Times

ମିଳିଥିବା ସୂଚନା, ମୁତାବକ ଏପ୍ରିଲ୍ ୨୧ରେ, କରୋନାଭାଇରସ୍ ଲକ୍ଷଣ ଥାଇ ମଧ୍ୟ ତାଙ୍କୁ ଚାରିଟି ଡାକ୍ତରଖାନା ଭର୍ତ୍ତି କରିବାକୁ ମନା କରିଦେଇଥିଲା। ହେଡ କନଷ୍ଟେବଳ ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କ ୨୫ବର୍ଷର ପୁଅ ରାତି ପ୍ରାୟ ୨ଟା ସମୟରେ ତାଙ୍କୁ ରାଜୱାଡି ଡାକ୍ତରଖାନାକୁ ନେଇ ଯାଇଥିଲେ। ଡାକ୍ତରମାନେ ପ୍ରାଥମିକ ପରୀକ୍ଷା କରି ତାଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ କାହିଥିଲେ। ହେଡ କନଷ୍ଟେବଳଙ୍କ ପୁଅ ଭର୍ତ୍ତି କରାଇବା କଥା କହିବାରୁ ଏଠାରେ କୌଣସି ଶଯ୍ୟା ଖାଲି ନାହିଁ ବୋଲି ସେମାନେ କହିଥିଲେ ଏବଂ ତାଙ୍କୁ କସ୍ତୁରବା ଡାକ୍ତରଖାନା ନେବାକୁ କହିଥିଲେ।

ଏହା ପରେ ତାଙ୍କ ପୁଅ କନଷ୍ଟେବଳଙ୍କୁ କସ୍ତୁରବା ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ହେଡ କନଷ୍ଟେବଳଙ୍କୁ ଅମ୍ଳଜାନ ଦେବା ପରେ ସ୍ୱାବ ନମୁନା ପରୀକ୍ଷା ନକରାଇ କନଷ୍ଟେବଳଙ୍କୁ ନାୟାର ହସ୍ପିଟାଲକୁ ନେବାକୁ କହିଥିଲେ। ନାୟାର ହସ୍ପିଟାଲରେ ପହଂଚିବା ପରେ ଶଯ୍ୟା ଖାଲି ନାହିଁ ଏବଂ ସେମାନେ ରୋଗୀମାନଙ୍କ କୋଭିଡ-୧୯ ପରୀକ୍ଷା କରୁନାହାଁନ୍ତି ବୋଲି କହି କନଷ୍ଟେବଳଙ୍କ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ଏହା ସହ କନଷ୍ଟେବଳଙ୍କ ପୁଅକୁ କେଇଏମ ହସ୍ପିଟାଲକୁ ଯିବା ପାଇଁ କହିଥିଲେ | କେଇଏମ ହସ୍ପିଟାଲରେ ପହଞ୍ଚିବା ପରେ ମଧ୍ୟ ସେଠାରେ ଡାକ୍ତରମାନେ ତାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ। ଯାହା ପରେ ତାଙ୍କ ପୁଅ ପୁଲିସ ସହ ଯୋଗାଯୋଗ କରିବା ପରେ କନଷ୍ଟେବଳଙ୍କୁ ରାତି ୧୧ ଟାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି ଜଣା ପଡିଛି। ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe