Advertisment

ଆରମ୍ଭ ହେଲା ଆମେରିକାରୁ ଅନ୍‌ମୋଲ୍‌ ବିଷ୍ନୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା

Advertisment

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲ ବିଷ୍ନୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ପ୍ରକ୍ରିୟା ଆରମ୍ଭ କରିଛି। 

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲ ବିଷ୍ନୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ପ୍ରକ୍ରିୟା ଆରମ୍ଭ କରିଛି। 

www.indiatoday.in

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲ ବିଷ୍ନୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ପ୍ରକ୍ରିୟା ଆରମ୍ଭ କରିଛି। 

ମୁମ୍ବାଇ ପୁଲିସ ସୂତ୍ର ଅନୁଯାୟୀ, ଆମେରିକାର ଅଧିକାରୀମାନେ ଅନମୋଲର ଉପସ୍ଥିତିକୁ ଭାରତୀୟ ଅଧିକାରୀଙ୍କ ନିକଟରେ ନିଶ୍ଚିତ କରିଛନ୍ତି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗ୍ୟାଙ୍ଗ୍‌ଷ୍ଟର୍‌ ଅନମୋଲ ବିଷ୍ନୋଇର ପ୍ରତ୍ୟର୍ପାଣ ମାମଲାକୁ ନେଇ ମୁମ୍ବାଇ ସେସନ କୋର୍ଟକୁ ସୂଚନା ଦେଇଛି ଏବଂ ଖୁବ ଶୀଘ୍ର ଫାଇଲକୁ କେନ୍ଦ୍ରକୁ ପଠାଯିବ। ଏଥିସହ ଗ୍ୟାଙ୍ଗ୍‌ଷ୍ଟର୍‌କୁ ବିଦେଶରେ ଖୋଜିବାରେ ସହାୟତା କରିବାକୁ ଏକ ରେଡ୍ କର୍ଣ୍ଣର ନୋଟିସ୍ (ଆରଏନ୍) ଜାରି କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ।

ଅନ୍‌ମୋଲ୍‌ ଭାରତରେ ପ୍ରାୟ ୧୭ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସୂଚନା ରହିଛି। ଅନ୍‌ମୋଲ୍‌ର ଭାଇ ଲରେନ୍ସ ଗୋଲ୍‌ଡି ବରାର୍‌ ସହ ମିଶି ସଲମାନ ଖାନଙ୍କ ଘର ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡରେ ସଂପୃକ୍ତ ଥିବା ନିଶ୍ଚିତ ହୋଇଛି। 

ଗତ ସପ୍ତାହରେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଅନମୋଲର ନାଁକୁ ନାମକୁ ବହୁ ଚର୍ଚ୍ଚିତ ତାଲିକାରେ ଯୋଡିଥିଲା ​​ଏବଂ କେହି ଅନ୍‌ମୋଲ୍‌ ସଂପର୍କରେ କିଛି  ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ବି ଘୋଷଣା କରିଥିଲା। 

ସିଦ୍ଧୁ ମୋସୱାଲା ହତ୍ୟା ମାମଲାରେ ଅନମୋଲ ଗାୟକଙ୍କ ହତ୍ୟାରେ ବ୍ୟବହୃତ ଆମଦାନୀ ହୋଇଥିବା ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୧୨ ତାରିଖରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ତୁର୍କୀରେ ନିର୍ମିତ ପିସ୍ତଲ  ପ୍ରଦାନ କରିଥିବା ଅଭିଯୋଗ ମଧ୍ୟ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe