ଆମେରିକା ଗସ୍ତ ପୂର୍ବରୁ ମୋଦୀଙ୍କ ବିମାନକୁ ଆତଙ୍କବାଦୀ ଆକ୍ରମଣର ଧମକ; ଅଭିଯୁକ୍ତ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ମୁମ୍ବାଇ ପୁଲିସକୁ ମିଳିଲା ଆତଙ୍କବାଦୀ ଆକ୍ରମଣର ଧମକ। ଏକ ଫୋନ୍‌ କଲ୍‌ ଯୋଗେ ମୁମ୍ବାଇ ପୁଲିସ୍‌କୁ ଏହି ଧମକ ମିଳିଛି। 

www.indiatoday.in

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ମୁମ୍ବାଇ ପୁଲିସକୁ ମିଳିଲା ଆତଙ୍କବାଦୀ ଆକ୍ରମଣର ଧମକ। ଏକ ଫୋନ୍‌ କଲ୍‌ ଯୋଗେ ମୁମ୍ବାଇ ପୁଲିସ୍‌କୁ ଏହି ଧମକ ମିଳିଛି। 

ପୁଲିସ କଣ୍ଟ୍ରୋଲ ରୁମରେ ମିଳିଥିବା ଧମକପୂର୍ଣ୍ଣ ଫୋନରେ ଦାବି କରାଯାଇଛି ଯେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆକ୍ରମଣ କରିପାରନ୍ତି।

ଧମକ ମିଳିବା ପରେ ପୁଲିସ ତୁରନ୍ତ ସମ୍ପୃକ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ଜଣାଇଛି। ମୋଦୀଙ୍କ ଗସ୍ତ ପୂର୍ବରୁ ପରିସ୍ଥିତି ସଂପର୍କରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଏଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି।

ଏହି ଧମକ ଫେବ୍ରୁଆରି ୧୧ ତାରିଖ ବା ଗତକାଲି ମିଳିଥିଲା। ​​ଯେଉଁଥିରେ ଚେତାବନୀ ଦିଆଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଗସ୍ତରେ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କ ବିମାନ ଉପରେ ଆକ୍ରମଣ କରିପାରନ୍ତି। ସୂଚନାର ଗମ୍ଭୀରତାକୁ ବିଚାର କରି ପୁଲିସ୍‌ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି ବୋଲି ମୁମ୍ବାଇ ପୁଲିସ୍‌ ଏକ ବିବୃତିରେ କହିଛି। 

ମୁମ୍ବାଇ ପୁଲିସର କହିବା ଅନୁସାରେ ଧମକପୂର୍ଣ୍ଣ କଲ ପଛରେ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଜଣାପଡିଛି ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ମାନସିକ ରୋଗୀ।

ଉଲ୍ଲେଖଯୋଗ୍ୟ, ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ଯିବେ।ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ମୋଦୀଙ୍କ ଏହା ପ୍ରଥମ ଗସ୍ତ ଯାହା ଉପରେ ସାରା ବିଶ୍ବର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe