୨୨ବର୍ଷ ପରେ ପରିବାରକୁ ଏପରି ମିଳିଲା ଚୋରି ହୋଇଥିବା ୮ କୋଟି ଟଙ୍କାର ସୁନା

୨୨ବର୍ଷ ପରେ ପରିବାରକୁ ଏପରି ମିଳିଲା ଚୋରି ହୋଇଥିବା ୮ କୋଟି ଟଙ୍କାର ସୁନା

ମୁମ୍ବାଇ :  ମୁମ୍ବାଇରେ ଦୀର୍ଘ  ୨୨ ବର୍ଷ ତଳେ ଚୋରି ହୋଇଥିବା ସୁନା ଅଳଙ୍କାର ଶେଷରେ ପରିବାର ଲୋକ ଫେରି ପାଇଛନ୍ତି। ଜାନୁଆରି ୫ ତାରିଖରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସକୁ ଉକ୍ତ ସୁନାକୁ ଫେରାଇ ଦେବାକୁ କୁହାଯାଇଥିଲା। ଏହାପରେ ଚରାଗ ଡିନର ସଂସ୍ଥାପକ ଅର୍ଜନ ଦାସୱାନିଙ୍କ ପୁଅ ରାଜୁ ଦାସୱାନିଙ୍କୁ ଚୋରି ହୋଇଥିବା ୮କୋଟି ଟଙ୍କାର ସୁନାକୁ ଫେରାଇ ଦିଆଯାଇଥିଲା।

ଚୋରି ହୋଇଥିବା ସୁନା ମଧ୍ୟ ଥିଲା ରାଣୀ ଭିକ୍ଟୋରିଆଙ୍କ ପ୍ରତିଛବି ଥିବା ଏକ ସ୍ୱର୍ଣ୍ଣ ମୁଦ୍ରା, ଦୁଇଟି ସୁନା ବ୍ରେସଲେଟ, ୧୦୦ ଗ୍ରାମ ଓ ୨୦୦ମିଲିଗ୍ରାମର ଦୁଇଟି ସୁନା ବିସ୍କୁଟ । ତେବେ ୨୨ ବର୍ଷ ପୂର୍ବେ ଚୋରି ହୋଇଥିବା ଏହି ସୁନା ମୂଲ୍ୟ ୧୩ ଲକ୍ଷ ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ  ପାଖାପାଖି ୮କୋଟି ଟଙ୍କା ହେବ ବୋଲି କୁହାଯାଉଛି।

22 Years Of Struggle; A Treasure Of Rs 8 Crore Was Recovered

ସୂଚନାଯୋଗ୍ୟ, ୧୯୯୮ ମସିହା ମେ ୮ ତାରିଖରେ କୋବଲାରେ ଥିବା ଅର୍ଜନ ଦାସୱାନୀ ଓ ତାଙ୍କ ସ୍ତ୍ରୀଙ୍କୁ ଘରେ ବାନ୍ଧି ଏହି ସୁନା ଅଳଙ୍କାରଗୁଡ଼ିକ ଚୋରି କରି ନେଇଯାଇଥିଲେ ଏକ ସଶସ୍ତ୍ର ଡକାୟତି ଦଳ । ଏହି ଚୋରି ଘଟଣା ନେଇ ପୁଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଥିଲା।

ବିଚାର ପତି ୟୁଜେ ମୋର ଜାନୁଆରି ୫ ତାରିଖରେ ଶୁଣାଣି କରି  ଏହି ସୁନା ଫେରାଇ ଦେବାକୁ  ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଅର୍ଜନ ଦାସୱାନୀଙ୍କ ୨୦୦୭ରେ ଦେହାନ୍ତ ହୋଇଯାଇଥିବାରୁ  ପୁଲିସ ଏହି ଚୋରି ହୋଇଥିବା ସୁନାକୁ ତାଙ୍କ ପୁଅକୁ ଫେରାଇ ଦେଇଛି। କାରଣ ଅର୍ଜନ ଦାସୱାନିଙ୍କ ପୁଅ ରାଜୁ ଦାସୱାନି ଚୋରି ହୋଇଥିବା ସୁନାର ସମସ୍ତ ବିଲ ଓ ରସିଦ ଜମା କରିଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe