Free Press Journal
ମୁମ୍ବାଇ: ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନା ନେତା ସଞ୍ଜୟ ରାଉତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରିଛନ୍ତି। ସଞ୍ଜୟ ବ୍ୟଙ୍ଗ କରି କହିଛନ୍ତି, ନିର୍ବାଚନ ପାଇଁ ଏବେ ମୁମ୍ବାଇରୁ ‘ପ୍ରସଙ୍ଗ’ସବୁ ବିହାରକୁ ପାର୍ସଲ ହେଉଛି। ବିହାର ସରକାରଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ଏଣୁ ମୁମ୍ବାଇରୁ ପ୍ରସଙ୍ଗ ପାର୍ସଲ ହେଉଛି ବୋଲି ସଞ୍ଜୟ କହିଛନ୍ତି। ଚଳିତ ବିହାର ନିର୍ବାଚନରେ ବିକାଶ ଓ ଉତ୍ତମ ଶାସନ ପ୍ରମୁଖ ପ୍ରସଙ୍ଗ ହେବା ଉଚିତ୍। କରୋନା ମହାମାରୀ ମୁକାବିଲାରେ ବିହାର ସରକାରଙ୍କ ବିଫଳତା ସତ୍ତ୍ବେ ମୁମ୍ବାଇର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ ସିବିଆଇ, ଏନ୍ସିବି ତଦନ୍ତକୁ ଏବେ ବିହାରରେ ନିର୍ବାଚନୀ ପ୍ରସଙ୍ଗ କରାଯାଉଛି। ଏହା ଦୁର୍ଭାଗ୍ୟଜନକ ବୋଲି ସଞ୍ଜୟ ରାଉତ କହିଛନ୍ତି।
Follow Us