ଚପଲ ପିନ୍ଧିବା ପାଇଁ ଝିଅକୁ ଜୋତା ଷ୍ଟାଣ୍ଡରେ ବସାଇଲା ମା’, ୧୨ମହଲା ତଳକୁ ଖସିଲା ଝିଅ

Advertisment
New Project (26) (2)

ମୁମ୍ବାଇ: ଗୋଟାଏ ଭୁଲ୍ ଦେଇଗଲା ଜୀବନ ଯାକର ଦୁଃଖ। ମା’ ହେବାର ସୁଖ ଅର୍ଜନ କରିବାର ୪ବର୍ଷ ପରେ ଝିଅକୁ ହରାଇଲେ ମହିଳା। ଗୋଟିଏ ଛୋଟ ଭୁଲ ଯେ, ଏତେ ବଡ଼ ଦୁଃଖ ଦେଇଯିବ, ତାହା ତାଙ୍କୁ ଜଣାନଥିଲା। ଘଟଣାଟି ଘଟିଛି ମୁମ୍ବାଇରେ। ଏଠାରେ ରହୁଥିବା ଜଣେ ମହିଳାଙ୍କ ୪ବର୍ଷର ଝିଅ ୧୨ମହଲା ତଳକୁ ଖସି ମୃତ୍ୟୁବରଣ କରିଥିବା ଜଣାଯାଇଛି।ମୃତକଙ୍କ ନାମ ଅନ୍ବିକା ପ୍ରଜାପତି। ଝରକା ବାଟ ଦେଇ ସେ ତଳକୁ ଖସିପଡ଼ିଥିଲେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଘଟଣାଟି ବୁଧବାରର। ଝିଅ ଅନ୍ବିକାକୁ ନେଇ ତାଙ୍କ ମା’ ସନ୍ଧ୍ୟା ୮ଟାରେ ବାହାରକୁ ଯିବାକୁ ବାହାରିଥିଲେ। ଦୁହେଁ କିଛି ସମୟ ବାହାରେ ବୁଲି ଘରକୁ ଫେରିବେ ବୋଲି ଯୋଜନା କରିଥିଲେ। ଏଥିପାଇଁ ମହିଳାଜଣକ ଘର ବାହାରକୁ ଆସିବା ପରେ ତାଙ୍କ ପଛେ ପଛେ ଆସିଥିଲା ଅନ୍ବିକା। ମହିଳାଜଣକ ଘରର ଚାବି ପକାଇ ଚପଲ ପିନ୍ଧିବା ପାଇଁ ଷ୍ଟାଣ୍ଡକୁ ଆସିଥିଲେ। ଏହି ସମୟରେ ଅନ୍ବିକା ଏଣେ ତେଣେ ବୁଲୁଥିବା ଦେଖି ତାଙ୍କୁ ରୋକିବା ପାଇଁ ମହିଳାଜଣକ ତାଙ୍କୁ ଜୋତା ଷ୍ଟାଣ୍ଡ ଉପ‌ରେ ବସାଇ ଦେଇଥିଲେ। ଜୋତା ଷ୍ଟାଣ୍ଡ ପଛରେ ଝରକା ଥିବାରୁ ମହିଳାଜଣକ ତଳକୁ ନଇଁ ଜୋତା ପିନ୍ଧୁଥିବା‌ ବେଳେ ଅନ୍ବିକା ଝରକା ବାଟ ଦେଇ ତଳକୁ ଖସି ପଡ଼ିଥିଲେ। ଏତେ ଉପରୁ ଖସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। 

ପଡୋଶୀଙ୍କ ସାହାଯ୍ୟରେ ଅନ୍ବିକ‌ାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାଟି ମୁମ୍ବାଇର ନାଇଗାଓଁର ନବକାର ସିଟିରେ ଘଟିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe