ଅଳିଆଗଦାରୁ ଉଦ୍ଧାର ହୋଇଥିବା କର୍କଟ ପୀଡ଼ିତା ବୃଦ୍ଧାଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା

Advertisment
6045f6f4-da98-45b2-94fc-6f6d2dc52de1

ମୁମ୍ବାଇ: ମୁମ୍ବାଇରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୁନ ୨୨ମଧ୍ୟରାତ୍ରିରେ ଜଣେ କର୍କଟ ପୀଡିତ ବୃଦ୍ଧାଙ୍କୁ ଅଳିଆ ଗଦାରେ ଫିଙ୍ଗି ଦେଇ ନାତି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ଅଭିଯୋଗ ହୋଇଥିଲା।

ଏହି ଘଟଣାର ଠିକ୍ ୩ ଦିନ ପରେ ଅର୍ଥାତ ଜୁନ ୨୫ ତାରିଖରେ ମୁମ୍ବାଇର ଆରେ କଲୋନିରେ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ନାତି ବିରୋଧରେ ସିଆର୍ ନଂ ୧୦୦/୨୫ ୟୁ/ଏସ୍ ୧୨୫ ବିଏନ୍ଏସ୍, ୩(୫), ଆର୍/ଡବ୍ଲୁ ଧାରା ୨୪ ବରିଷ୍ଠ ନାଗରିକ ଆଇନ, ୨୦୦୭ ଅନୁଯାୟୀ ମାମଲା ରୁଜୁ କରିଛି। 

ଜୁନ ୨୬ ଗୁରୁବାର ଦିନ ଅଭିଯୁକ୍ତ ନାତିକୁ ପୁଲିସ ଗିରଫ କରି କୋର୍ଟରେ ହାଜର କରିଥିଲା। ଆଳିଆଗଦାରୁ ୭୦ ବର୍ଷୀୟା ବୃଦ୍ଧା ମହିଳା ଯଶୋଦା ଗାୟକୱାଡଙ୍କୁ ମୁମ୍ବାଇ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଜୁହୁର କୁପର ହସ୍ପିଟାଲରେ ଭର୍ତ୍ତି କରିଛି। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ନାଗପୁରର ‌ଲୋକପ୍ରିୟ କର୍କଟ ହସ୍ପିଟାଲ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ ମଧ୍ୟ ଏହି ପୀଡିତାଙ୍କ ମାଗଣା ଚିକିତ୍ସା କରିବାକୁ ପ୍ରସ୍ତାବ ଦେଇଛି। 

ସୂଚନାଯୋଗ୍ୟ, ଯଶୋଦା ଗାୟକୱାଡଙ୍କ ଝିଅ ଏବଂ ଜ୍ୱାଇଁଙ୍କ ମୃତ୍ୟୁ ହୋଇଯାଇଛି। ଝିଅ ଓ ଜ୍ବାଇଁଙ୍କ ମୃତ୍ୟୁ ପରେ ଯଶୋଦା ତାଙ୍କ ନାତିଙ୍କ ସହ ରହୁଥିଲେ।  କିଛିମାସ ହେବ ପୀଡିତାଙ୍କୁ ଚର୍ମ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ଯାହାର ଚିକିତ୍ସା ପାଇଁ  ପ୍ରତି ମାସରେ ୧୦ ରୁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ସମୟସମୟ ବୃଦ୍ଧା ହିଂସାତ୍ମକ ହୋଇଯାଉଥିଲେ। ଯାହାକୁ ଦେଖୁଥିଲେ ତାକୁ ବାଡ଼େଇବାକୁ ଚେଷ୍ଟା କରୁଥିଲେ। ଏଥି‌ରେ ନାତି ବିରକ୍ତ ହୋଇ ଜେଜେମା’ଙ୍କୁ ଚିକିତ୍ସା କରାଇ ନେବା ବାହାନାରେ ନେଇ ଅଳିଆଗଦାରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe