କଟୁ ଶବ୍ଦ ପାଇଁ କ୍ଷମା ମାଗିଲେ ମୁମ୍ବାଇ ହାଇକୋର୍ଟ ଜଷ୍ଟିସ୍‌

Advertisment
ମୁମ୍ବାଇ ଟ୍ରେନ୍ ବିସ୍ଫୋରଣକାରୀକୁ ଲ ପରୀକ୍ଷା ପାଇଁ ଅନୁମତି ଦେଲେନି ହାଇକୋର୍ଟ

ମୁମ୍ବାଇ : ଗତ ମାର୍ଚ୍ଚ ମାସରେ ମୁମ୍ବାଇ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଆଇନଜୀବୀ ଜୟଶ୍ରୀ ପାଟିଲଙ୍କୁ କଟୁ ଶବ୍ଦ ପ୍ରୟୋଗ କରିଥିବା ଜଷ୍ଟିସ୍‌ ଏସ୍‌ ଏସ୍‌ ସିନ୍ଦେ ଶେଷରେ ଏଥିପାଇଁ କ୍ଷମା ମାଗିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମାଲବାର ହିଲ୍‌ ଥାନା ପୁଲିସ ମାମଲା ରୁଜୁ କରୁନଥିବାରୁ ଗତ ମାର୍ଚ୍ଚରେ ଆଇନଜୀବୀ ଜୟଶ୍ରୀ ଏଥିପାଇଁ ମୁମ୍ବାଇ ହାଇକୋର୍ଟର ଶରଣ ପଶିଥିଲେ। ତେବେ ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ଶ୍ରୀ ସିନ୍ଦେଙ୍କ ଖଣ୍ଡପୀଠ ଜୟଶ୍ରୀଙ୍କୁ ନିଜେ କିଛି ବୁଦ୍ଧି ନଖଟେଇ କେବଳ ଏକ ଅଭିଯୋଗର ଏକକିତା ନକଲ(କପି-ପେଷ୍ଟ୍‌) ଦାଖଲ କରିଛନ୍ତି ବୋଲି କହି ଭର୍ତ୍ସନା କରିଥିଲେ। ଏପରିକି ଶସ୍ତା ଲୋକପ୍ରିୟତା ହାସଲ ପାଇଁ ସେ ଏପରି କରିଛନ୍ତି ବୋଲି ଜଷ୍ଟିସ୍‌ ସିନ୍ଦେ ଟିପ୍ପଣୀ କରିଥିଲେ। ଏହାକୁ ନେଇ ବିରୋଧ ବଢ଼ିବାରୁ ଜଷ୍ଟିସ୍ ସିନ୍ଦେ ଅତୀତରେ ଦେଇଥିବା କଟୁ ମନ୍ତବ୍ୟ ପାଇଁ ଅନୁତାପ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe