ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ : ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ : ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଜୟପୁର: ଆଇପିଏଲ ୨୦୨୪ର ୩୮ତମ ମ୍ୟାଚ୍‌ ସୋମବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଖେଳାଯାଉଛି। ରାଜସ୍ଥାନର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଛି।

ରାଜସ୍ଥାନ ରୟାଲ୍ସ ସ୍କ୍ବାଡରେ ସଞ୍ଜୁ ସାମସନ୍ (ଅଧିନାୟକ ଏବଂ ୱିକେଟକିପର) , ଯଶସ୍ୱୀ ଜୈସ୍ବାଲ , ରିୟାନ୍ ପରାଗ , ଧ୍ରୁଭ ଜୁରେଲ , ଶିମ୍ରନ୍ ହେଟମିୟର , ରୋଭମାନ ପାୱେଲ , ରବିଚନ୍ଦ୍ରନ ଅଶ୍ୱିନ , ଟ୍ରେଣ୍ଟ ବୋଲ୍ଟ , ଆଭେଶ ଖାନ , କୁଲଦୀପ ସେନ , ୟୁଜଭେନ୍ଦ୍ର ଚହଲ , ଜୋସ ବଟଲର , ଟମ କୋହଲର-କ୍ୟାଡମୋର, ଶୁଭମ ଦୁବେ, ନବଦୀପ୍ ସୈନି , ନନ୍ଦ୍ରେ ବୁର୍ଗର , ସନ୍ଦୀପ ଶର୍ମା , କେଶବ ମହାରାଜ , ତନୁଶ କୋଟିୟାନ୍ , ଡୋନୋଭାନ୍ ଫେରେରା , ଆବିଦ୍ ମୁସ୍ତାକ , କୁନାଲ ସିଂ ରାଠୋର ପ୍ରମୁଖ ରହିଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ଇଶାନ କିଶନ (ୱିକେଟକିପର) , ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ) , ରୋହିତ ଶର୍ମା , ସୂର୍ଯ୍ୟକୁମାର ଯାଦବ , ତିଲକ ବର୍ମା , ଟିମ ଡେଭିଡ , ରୋମାରିଓ ସେପହର୍ଡ , ମହମ୍ମଦ ନବୀ , ଜେରାଲ୍ଡ କୋଟଜୀ , ଶ୍ରେୟାସ ଗୋପାଳ , ଜସପ୍ରୀତ ବୁମରା , ଆକାଶ ମାଧୱାଲ , ନୁୱାନ ଥ୍ରୁସାରା , କୁମାର କାର୍ତ୍ତିକେୟ , ପୀୟୂଷ ଚାୱଲା, ନମାନ ଧୀର , ଲୁକ ଉଡ୍ , ହରଭିକ ଦେଶାଇ , ଶାର୍ମଶ ମୁଲାନି , ଅର୍ଜୁନ ତେନ୍ଦୁଲକର , ନେହଲ ୱାଧେରା , ଶିବଲିକ ଶର୍ମା , ଅନସୁଲ କାମ୍ବୋଜ , ଡିୱାଲ୍ଡ ବ୍ରେଭିସ୍ , କ୍ୱେନା ମପାକା ପ୍ରମୁଖ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe