ଜଳପ୍ରପାତରେ ରିଲ୍ସ କରୁଥିବା ବେଳେ ଖସିଲା ଗୋଡ଼, ୩୦୦ଫୁଟ୍ ତଳକୁ ଖସିବାରୁ ଚାଲିଗଲା ଇନଫ୍ଲୁଏନସରଙ୍କ ଜୀବନ

Advertisment
ଜଳପ୍ରପାତରେ ରିଲ୍ସ କରୁଥିବା ବେଳେ ଖସିଲା ଗୋଡ଼, ୩୦୦ଫୁଟ୍ ତଳକୁ ଖସିବାରୁ ଚାଲିଗଲା ଇନଫ୍ଲୁଏନସରଙ୍କ ଜୀବନ

ମୁମ୍ବାଇ: ଜଳପ୍ରପାତରେ ରିଲ୍ସ କରୁଥିବା ବେଳେ ଖସିଲା ଗୋଡ଼। ୩୦୦ଫୁଟ୍ ତଳକୁ ଖସିବାରୁ ଚାଲିଗଲା ଇନଫ୍ଲୁଏନସରଙ୍କ ଜୀବନ। ମୁମ୍ବାଇର ମୁଲୁଣ୍ଡରେ ରହୁଥିବା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଅନବୀ କାମଦାରଙ୍କ ସହ ଏଭଳି ଘଟିଥିବା ଜଣାପଡ଼ିଛି। ନିଜ ସାଙ୍ଗମାନଙ୍କ ସହ ଛୁଟି କଟାଇବାକୁ ଯାଇଥିବା ବେଳେ ମହାରାଷ୍ଟ୍ରର ରାଇଗଡରେ ଥିବା କୁମ୍ଭେ ଜଳପ୍ରପାତରେ ସେ ଦୁର୍ଘଟଣାର ଶିକାର ହୋଇଥିବା ସାମ୍ନାକୁ ଆସିଛି।

publive-image

ପୁଲିସର କହିବା ମୁତାବକ, ଅନବୀ ପେସାରେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଥିବା ବେଳେ ସୋସିଆଲ ମିଡିଆ ଇନଫ୍ଲୁଏନସର ବି ଥିଲେ । ସେ ରିଲ୍ସ ମାଧ୍ୟମରେ ବିଭିନ୍ନ ଦର୍ଶନୀୟ ସ୍ଥାନ ବିଷୟରେ ନିଜ ଫଲୋୟର୍ସଙ୍କୁ ଜଣାଉଥିଲେ। ଘଟଣା ଘଟିବା ଦିନ ସେ ନିଜ ୭ଜଣ ବନ୍ଧୁଙ୍କ ସହ ମହାରାଷ୍ଟ୍ରର ରାଇଗଡରେ ଥିବା କୁମ୍ଭେ ଜଳପ୍ରପାତକୁ ଯାଇଥିଲେ। ଏଠାରେ ସେ ରିଲ୍ସ କରୁଥିବା ବେଳେ ଅସାବଧାନତା ହେତୁ ତାଙ୍କ ଗୋଡ଼ ଖସିଯାଇଥିଲା, ଯାହାଫଳରେ ସେ ୩୦୦ଫୁଟ ତଳକୁ ଖସି ପଡ଼ିଥିଲେ। ତାଙ୍କ ବନ୍ଧୁମାନେ ତୁରନ୍ତ ପୁଲିସ ଓ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ପରେ ଅନବୀଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଥିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe