ମହିଳାଙ୍କ କାରନାମା: ଫାଇଲ୍ ଭିତରୁ ବାହାରିଲା ୮୪ କୋଟି ଟଙ୍କାର ହେରୋଇନ

Advertisment
ମହିଳାଙ୍କ କାରନାମା: ଫାଇଲ୍ ଭିତରୁ ବାହାରିଲା ୮୪ କୋଟି ଟଙ୍କାର ହେରୋଇନ

ମୁମ୍ବାଇ: ଡିଆରଆଇ ମୁମ୍ବାଇକୁ ମିଳିଛି ଏକ ବଡ ସଫଳତା । ଜଣେ ମହିଳା ଯାତ୍ରୀଙ୍କ ଠାରୁ ୧୧.୯୪ କିଲୋଗ୍ରାମ ହେରୋଇନ ଜବତ କରିଛି ଡିଆରଆଇ । ଅନୁସନ୍ଧାନ ବେଳେ ପର୍ଯ୍ୟାପ୍ତ ପରିମାଣର ହେରୋଇନ ମିଳିବା ଡିଆରଆଇ ପାଇଁ ଏକ ବଡ଼ ସଫଳତା । ଜବତ କରାଯାଇଥିବା ହେରୋଇନର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ୮୪ କୋଟି ହେବା ନେଇ କୁହାଯାଉଛି।

ଡିଆରଆଇ କହିଛନ୍ତି ଯେ ମହିଳା ଜଣକ ହରାରେରୁ ମୁମ୍ବାଇ ଆସିଥିଲେ। ମହିଳା ଯାତ୍ରୀ ଓ ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି। ଏବେବି ଅଧିକ ଅନୁସନ୍ଧାନ ଚାଲିଛି । ଅଧିକାରୀ କହିଛନ୍ତି ଯେ ଏହି ଦୁଇ ମହିଳା ଯାତ୍ରୀ ନାଇରୋବି ଦେଇ ହରାରେ (ଜିମ୍ବାୱେର ରାଜଧାନୀ)ରୁ କେନିଆ ଏୟାରପୋଟ୍ ହୋଇ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛନ୍ତି । ଗୁପ୍ତ ତଥ୍ୟ ଆଧାରରେ ଡିଆରଆଇ ଅଧିକାରୀମାନେ ଏମାନଙ୍କୁ ଧରିଥିଲେ। ଯେତେବେଳେ ତାଙ୍କ ବ୍ୟାଗକୁ ତଲାସୀ ନିଆଗଲା ସେଥିରୁ ୧୧.୯୪ କିଲୋଗ୍ରାମ ହେରୋଇନ୍ ମିଳିଥିଲା।

ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତ ଟ୍ରଲି ବ୍ୟାଗ ଭିତରେ ରଖାଯାଇଥିବା ଫାଇଲ ଫୋଲ୍ଡର ମଧ୍ୟରେ ହିରୋଇନକୁ ଲୁଚାଇ ରଖିଥିଲେ। ଗିରଫ ହୋଇଥିବା ଜଣେ ମହିଳାଙ୍କ କହିବା ଆଧାରରେ ଯାତ୍ରୀଙ୍କଠାରୁ ଡ୍ରଗ୍ସ ସଂଗ୍ରହ କରିବାକୁ ଦୁହେଁ ବିମାନବନ୍ଦର ବାହାରେ ଆସିଥିବା ଡିଆରଆଇ ଅଧିକାରୀମାନେ ଆଉ ଦୁଇ ଜଣଙ୍କୁ ଚିହ୍ନଟ କରିଥିଲେ। ମହିଳା ଯାତ୍ରୀଙ୍କ ସମେତ ତିନିଜଣଙ୍କୁ ଏନଡିପିଏସ୍ ଆକ୍ଟ, ୧୯୮୫ ଅନୁଯାୟୀ ଗିରଫ କରାଯାଇଛି। ଡିଆରଆଇ ଅଧିକାରୀମାନେ ଏହାର ଅନୁସନ୍ଧାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe