'ଦୈନିକ ୨୦୦୦୦ ସଂକ୍ରମଣ ମାମଲା ଆସିଲେ ମୁମ୍ବାଇରେ ଲକଡାଉନ କଥା ବିଚାର କରାଯିବ'

Advertisment
'ଦୈନିକ ୨୦୦୦୦ ସଂକ୍ରମଣ ମାମଲା ଆସିଲେ ମୁମ୍ବାଇରେ ଲକଡାଉନ କଥା ବିଚାର କରାଯିବ'

Image Courtesy of Zee News

ମୁମ୍ବାଇ: ଯଦି ମୁମ୍ବାଇରେ ଦୈନିକ କୋଭିଡ ମାମଲା ୨୦,୦୦୦ ସଂଖ୍ୟା ଅତିକ୍ରମ କରେ ତେବେ ମୁମ୍ବାଇରେ ଲକଡାଉନ ଲଗାଯିବ | ମୁମ୍ବାଇର ନାଗରିକ ସଂଗଠନ ମୁଖ୍ୟ ଇକବାଲ ସିଂ ଚହଲ ଆଜି ଏହା କହିଛନ୍ତି | ସେ କହିଛନ୍ତି ଯେ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଲକଡାଉନ୍ ପରି ପ୍ରତିବନ୍ଧକ ଉପରେ ଆଲୋଚନା କରାଯାଇଥିଲା ଏବଂ ହସ୍ପିଟାଲର ଶଯ୍ୟା ଉପଲବ୍ଧତା ଓ ଆକ୍ରାନ୍ତଙ୍କୁ କିଭଳି ଆବଶ୍ୟକ ମୁତାବକ ଅମ୍ଳଜାନ ଉପଲବ୍ଧ କରାଇହେବ ସେ ଦିଗରେ ଆଲୋଚନା ହୋଇଥିଲା |

ସେହିପରି ମୁମ୍ବାଇର ମେଡିକଲମାନଙ୍କରେ ୩୦,୦୦୦ ଶଯ୍ୟା ଥିବା ଚହଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ଓ ନିୟନ୍ତ୍ରଣ ବାହାରକୁ ଯିବ ତେବେ କଠୋର ଲକଡାଉନ୍ ପରି ପ୍ରତିବନ୍ଧକ ଲଗାଯିବା ବାବଦରେ ବିଚାର କରାଯିବ | ସେହିପରି ବର୍ତ୍ତମାନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବର୍ତ୍ତମାନ ୮୦%ଙ୍କ ପାଖରେ ଓମିକ୍ରନ୍ ଭାରିଆଣ୍ଟ ରହିଛି | ଆଉ ବିଶେଷଜ୍ଞଙ୍କ କହିବା କଥା ଯେ ଆଗାମୀ ୫ରୁ ୭ ଦିନରେ ଏହା ୯୦%କୁ ଛୁଇଁବ |

ସୂଚନା ଥାଉ କି ଗତକାଲି ମହାରାଷ୍ଟ୍ରରେ ୧୧,୮୭୭ ନୂତନ କୋଭିଡ ମାମଲା ରେକର୍ଡ ହୋଇଛି, ଯାହା ପୂର୍ବ ଦିନ ତୁଳନାରେ ୨୯ ପ୍ରତିଶତ ଅଧିକ। ନୂତନ ସଂକ୍ରମଣର ଏକାକୀ ମୁମ୍ବାଇରେ ୮,୦୬୩ ମାମଲା ରହିଥିଲା। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୮,୦୮୨ ନୂତନ ମାମଲା ରେକର୍ଡ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୨୨ ଜଣ ସୁସ୍ଥ ହୋଇଛନ୍ତି | ଏହାକୁ ନେଇ ନାଗରିକ ସଂଗଠନ ମୁଖ୍ୟ ଇକବାଲ ସିଂ ଚହଲ କହିଛନ୍ତି ଯେ ମୁମ୍ବାଇରେ ଓମିକ୍ରନ୍ ମୁଖ୍ୟତଃ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଯାତ୍ରୀଙ୍କ ଯୋଗୁଁ ବ୍ୟାପିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe