ଶୁଣାଣି ସମୟରେ ବାରମ୍ବାର ‘ମୁଁ ନିର୍ଦ୍ଦୋଷ’ ବୋଲି କହିବାରୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଗିଦ୍ କଲେ ବିଚାରପତି

ଶୁଣାଣି ସମୟରେ ବାରମ୍ବାର ‘ମୁଁ ନିର୍ଦ୍ଦୋଷ’ ବୋଲି କହିବାରୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଗିଦ୍ କଲେ ବିଚାରପତି

ନୂଆଦିଲ୍ଳୀ: ଇଣ୍ଟେରିୟର ଡିଜାଇନର୍ ଅନ୍‌ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଥିବା ଦର୍ଶାଇ ମୁମ୍ବାଇର ଆଲିବାଗ ପୁଲିସ ବୁଧବାର ସକାଳେ ରିପବ୍ଲିକ ଟେଲିଭିଜନର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କର ବାସଭବନରୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଅଲିବାଗ କୋର୍ଟ‌ରେ ହାଜର କରାଯାଇଥିଲା। ସେଠାରେ ମାମଲାର ଶୁଣାଣି ଚାଲୁଥିବା ବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବ୍ୟବହାର ଦେଖି ତାଙ୍କୁ ସୌଜନ୍ୟ ରକ୍ଷା କରିବାକୁ ମୁଖ୍ୟ ବିଚାରପତି ସୁନୈନା ପିଙ୍ଗାଲେ ତାଗିଦ୍ କରିଥିବା ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ଜଣେ ଅଭିଯୁକ୍ତଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରିବାକୁ କହିଥିଲେ।

The Dogs That Didn't Bark-II: Why Everybody Loves To Hate Arnab Goswami Swarajya

ସୂଚନା ମୁତାବକ, ଗିରଫ ପରେ କୋର୍ଟରେ ହାଜର ହେବା ପରେ ମାମଲାରେ ଶୁଣାଣି ଆରମ୍ଭ ହୋଇଥିଲା। କରୋନା ପ୍ରୋଟକଲ ରକ୍ଷା କରି କୋଭିଡ୍ ପ୍ରତିରୋଧ ପାଇଁ  ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏକ ସ୍ବତନ୍ତ୍ର ସ୍ଥାନରେ ଠିଆ ହେବା ପାଇଁ କୁହାଯାଇଥିଲା। କିନ୍ତୁ ସେ ବାରମ୍ବାର ମୁଖ୍ୟ ବିଚାରପତିଙ୍କ ଆସନ ଥିବା ମଞ୍ଚ ଉପରେ ଚଢ଼ି ମୁଁ ନିର୍ଦ୍ଦୋଷ ବୋଲି କହିବା ଆରମ୍ଭ କରିଥିଲେ। ଏହା ସହ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ କରିଥିଲେ। ବାରମ୍ବାର କହିବା ସତ୍ତ୍ବେ ଚୁପ ନ ହେବାରୁ ମୁଖ୍ୟ ବିଚାରପତି ସୁନୈନା ପିଙ୍ଗାଲେ ତାଙ୍କୁ ତାଗିଦ କରିବା ସହ ସୌଜନ୍ୟ ରକ୍ଷା କରିବାକୁ ଚେତାବନୀ ଦେଇଥଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe