ବସ୍ ଚଢ଼ିଯିବାରୁ କଟିଗଲା ଯୁବକଙ୍କ ହାତ

ହାତରେ ଚଢ଼ିଗଲା ବସ୍। ସିଗ୍‌ନାଲରେ ବସ୍ ସହ ଧକ୍କା ଖାଇଥିଲା ବାଇକ୍। ଏହା ଫଳରେ ଯୁବକ ତଳେ ପଡ଼ିଯିବା ସହ ତାଙ୍କ ହାତ ଉପରେ ବସ୍ ଚକା ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ଏବେ ଯୁବକଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।

tnBDWDKHH

ମୁମ୍ବାଇ: ହାତରେ ଚଢ଼ିଗଲା ବସ୍। ସିଗ୍‌ନାଲରେ ବସ୍ ସହ ଧକ୍କା ଖାଇଥିଲା ବାଇକ୍। ଏହା ଫଳରେ ଯୁବକ ତଳେ ପଡ଼ିଯିବା ସହ ତାଙ୍କ ହାତ ଉପରେ ବସ୍ ଚକା ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ଏବେ ଯୁବକଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।

ପୁଲିସ କହିଛି ଯେ, ଶୁକ୍ରବାର ଦିନ ମୁମ୍ବାଇରେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଦ୍ୱାରା ପରିଚାଳିତ ଏକ ବସ୍ ଚକା ତଳେ ଆସିବାରୁ ଜଣେ ୩୫ବର୍ଷୀୟ ବ୍ୟକ୍ତିଙ୍କ ବାମ ହାତ କଟି ଯାଇଛି। ଘଟଣାଟି ସକାଳ ପ୍ରାୟ ୯.୩୦ ସମୟରେ ଅନ୍ଧେରୀରେ ଘଟିଥିଲା ଯେତେବେଳେ ଇସମାଇଲ୍ ସୁରତୱାଲା ନାମକ ବ୍ୟକ୍ତି ତାଙ୍କ ଦୁଇ ଚକିଆ ଗାଡ଼ିରେ ଯାତ୍ରା କରୁଥିଲେ।ତାଙ୍କ ବାଇକ୍ ବାଇଲେନ୍ ବାହାରକୁ ଯାଉଥିବା ସମୟରେ ବସ୍‌ର ପଛ ପାର୍ଶ୍ୱ ସହିତ ଧକ୍କା ଖାଇଥିଲା। ଏହା ପରେ ସେ ତଳେ ପଡ଼ିଯିବାରୁ ତାଙ୍କ ବାମ ହାତ ଚକ ତଳେ ଚାପି ହୋଇ କଟି ଯାଇଥିଲା। ଆହତ ସୁରତୱାଲା ମହମ୍ମଦ ଅଲି ରୋଡର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ତୁରନ୍ତ ହୋଲି ସ୍ପିରିଟ୍ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ପୋଲିସ କହିଛି ଯେ ବସ୍‌ଟିକୁ ଜବତ କରି ଏମଆଇଡିସି ପୁଲିସ ଷ୍ଟେସନରେ ରଖାଯାଇଛି ଏବଂ ମାମଲା ରୁଜୁ କରିବା ପ୍ରକ୍ରିୟା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe