Metro Pillar Collapse: ନିର୍ମାଣାଧିନ ମେଟ୍ରୋ ପିଲାର ଖସିବାରୁ ଭାଙ୍ଗିଲା ଅଟୋ-କାର୍, ୪ ଆହତ

Advertisment

ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ ମେ‌ଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଛି। ଏଲମ୍ବିଏସ୍ ରୋଡ ନିକଟରେ ନିର୍ମାଣାଧିନ ମେଟ୍ରୋର ପିଲାରର ଏକ ବଡ଼ ଅଂଶ ଖସିପଡ଼ିଛି।

ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ ମେ‌ଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଛି। ଏଲମ୍ବିଏସ୍ ରୋଡ ନିକଟରେ ନିର୍ମାଣାଧିନ ମେଟ୍ରୋର ପିଲାରର ଏକ ବଡ଼ ଅଂଶ ଖସିପଡ଼ିଛି।

Metro Pillar Collapse

Metro Pillar Collapse Photograph: (sambad.in)

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ ମେ‌ଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଛି। ଏଲମ୍ବିଏସ୍ ରୋଡ ନିକଟରେ ନିର୍ମାଣାଧିନ ମେଟ୍ରୋର ପିଲାରର ଏକ ବଡ଼ ଅଂଶ ଖସିପଡ଼ିଛି। ଏହା ସେହିବାଟେ ଯାଉଥିବା ଅଟୋ ଏବଂ କାର୍ ଉପରେ ପଡ଼ିଛି। ଫଳରେ ୪ ଜଣ ଲୋକ ଆହତ ହୋଇଛନ୍ତି। ଏହି ନିର୍ମାଣ କାର୍ଯ୍ୟ ଜନସନ ଆଣ୍ଡ ଜନସନ କମ୍ପାନି ଦ୍ବାରା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଅଘଟଣ ମଧ୍ୟାହ୍ନ ପ୍ରାୟ ୧୨:୨୦ରେ ହୋଇଥିବା କୁହାଯାଉଛି।

ସୂଚନା ମିଳିବା ପରେ ପୁଲିସ୍ ଟିମ୍, ଅଗ୍ନିଶମ ବାହିନୀ, ମେଟ୍ରୋ ଫ୍ରାଧିକରଣ କର୍ମଚାରୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜମି ରହିଥିବା ଭିଡ଼କୁ ଅନ୍ୟରାସ୍ତାରେ ପରିଚାଳନା କରାଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କେତେକ ନିର୍ମାଣାଧିନ ଭିତ୍ତିଭୂମି ନିକଟରେ ଥିବା ଖାଲରେ ପଡ଼ି କିଛି ଲୋକଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବାଥିବାବେଳେ ଏବେ ମୁମ୍ବାଇର ଏହି ଘଟଣା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: 3 CRPF jawans martyred: ସଡ଼କ ଦୁର୍ଘଟଣାରେ ୩ ସିଆରପିଏଫ୍ ଯବାନ ସହିଦ, ଜଣେ ଡ୍ରାଇଭର ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe