ବର୍ଷାରେ ବେହାଲ୍ ମୁମ୍ବାଇ: ଟ୍ରେନ୍-ବିମାନ ଚଳାଚଳ ବାଧାପ୍ରାପ୍ତ, କାମ ନଥିଲେ ଘରୁ ବାହାରିବାକୁ ମନା

ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି ତ କାହା ଘରର କାନ୍ଥ ଭାଙ୍ଗିଲାଣି। ଯାତାୟତ କରିବାର ବିଭିନ୍ନ ମାଧ୍ୟମ ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ଜଣାଯାଇଛି।

New Project (3)

ମୁମ୍ବାଇ: ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି ତ କାହା ଘରର କାନ୍ଥ ଭାଙ୍ଗିଲାଣି। ଯାତାୟତ କରିବାର ବିଭିନ୍ନ ମାଧ୍ୟମ ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ଜଣାଯାଇଛି। ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରେନ ଯାତ୍ରା ବିଳମ୍ବ ହେଉଥିବାର ଖବର ମିଳିଛି। ଏମଧ୍ୟରେ ବୁଧବାର ଦିନ ମୁମ୍ବାଇ ଏବଂ ନିକଟସ୍ଥ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିବାରୁ ମୁମ୍ବାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି। ତେବେ ପାଣିପାଗ ବିଭାଗ ଏହା ମଧ୍ୟ କହିଛି ଯେ, ଗୁରୁବାରଠାରୁ ମହାନଗରରେ ବର୍ଷାର ତୀବ୍ରତା ହ୍ରାସ ପାଇବ।

ମଙ୍ଗଳବାର ଦିନ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇଯାଇଥିଲା, ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଏବଂ ରେଳ ସେବା ବାଧାପ୍ରାପ୍ତ ହୋଇଥିଲା। ଆଜି ମଧ୍ୟ ସମାନ ସ୍ଥିତି ରହିଛି। ପ୍ରବଳ ବର୍ଷା ଯୋଗୁଁ ରେଳପଥ ବୁଡ଼ିଯିବା ଯୋଗୁଁ ସ୍ଥାନୀୟ ଟ୍ରେନ୍ ସେବା ବାଧାପ୍ରାପ୍ତ ହେବା ସହିତ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ମୁମ୍ବାଇରେ ଅଗଷ୍ଟ ୧୯ରେ ୧୦୦୦.୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ଅଗଷ୍ଟରେ ହାରାହାରି ୫୬୦.୮ ମିମି ବର୍ଷାକୁ ଅତିକ୍ରମ କରିଛି। ଏହି ମାସରେ ସହରର ବର୍ଷା, ଜୁନ୍ (୫୧୨.୭ ମିମି) ଏବଂ ଜୁଲାଇ (୭୯୭.୩ ମିମି) ରେ ରେକର୍ଡ ହୋଇଥିବା ମୋଟ ବର୍ଷାକୁ ଅତିକ୍ରମ କରିସାରିଛି।

ଗତ ୨୪ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ନାନ୍ଦେଡ଼ ଜିଲ୍ଲାରେ ୫ଜଣ ନିଖୋଜ ଥିବା ସୂଚନା ମିଳିଛି। ୬ଜଣକ ମୃତ୍ୟୁକୁ ମିଶାଇ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗତ ୫ଦିନ ଭିତରେ ମୋଟ ୨୧ଜଣକ ମୃତ୍ୟୁ ହୋଇସାରିଛି।

ପ୍ରବଳ ବର୍ଷା ପାଇଁ ଦୃଶ୍ୟମାନ୍ୟତା କମ ହୋଇଯିବାରୁ ଏବେ ବିମାନ ଉଡ଼ାଣ ଓ ଅବତରଣ ବିଳମ୍ବ ହେଉଛି। ତେଣୁ ଘରୁ ବାହାରିବା ପୂର୍ବରୁ ବିମାନ ଉଡ଼ାଣର ଅପଡେଟ୍ ଦେଖି ବାହାରିବା ପାଇଁ ଇଣ୍ଡିଗୋ ଏକ୍ସରେ ପୋଷ୍ଟ କରି ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe