ପାର୍ଶ୍ୱ ଅଭିନେତାମାନଙ୍କୁ ଆତଙ୍କବାଦୀ ବୋଲି ଭାବି ଗିରଫ କଲା ପୁଲିସ, ଜାଣନ୍ତୁ କାରଣ

ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍‌, ଗିରଫ ସଂଖ୍ୟା ୫କୁ ବୃଦ୍ଧି

Syrian Network for Human Rights

ବସାଇ : ବୁଧବାର ମୁମ୍ବାଇର ବସାଇଠାରେ ଆତଙ୍କବାଦୀ ବୋଲି ସନ୍ଦେହ କରି ପୁଲିସ ଦୁଇ ପାର୍ଶ୍ୱ ଅଭିନେତାଙ୍କୁ ଗିରଫ କରିନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଯୁବକଙ୍କ ଆତଙ୍କବାଦୀ ଭଳି ପୋଷାକ ଦେଖି ରାସ୍ତାରେ ଯାଉଥିବା ଲୋକେ ଆତଙ୍କବାଦୀ ସନ୍ଦେହରେ ପୁଲିସକୁ ସୂଚନା ଦେଇଥିଲେ । ଯାହା ପରେ ପୁଲିସ ଆସି ଦୁହିଁଙ୍କୁ ଗିରଫ କରିଥିଲା । କିନ୍ତୁ ପରେ ଦୁହେଁ ଫିଲ୍ମର କଳାକାର ଏବଂ ଫିଲ୍ମ ପାଇଁ ଦୁହିଁଙ୍କୁ ଏଭଳି ପୋଷାକ ପିନ୍ଧିବାକୁ ପଡ଼ିଥିବା ପୁଲିସକୁ ଜଣାଇଥିଲେ । କିନ୍ତୁ ଲୋକମାନଙ୍କ ମଧ୍ୟରେ ଏ ନେଇ ଭୟ ସୃଷ୍ଟି ହୋଇଥିବାରୁ ପୁଲିସ ଧାରା ୧୮୮ଅନୁଯାୟୀ ଦୁହିଁଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଜଣା ପଡ଼ିଛି ।

publive-image latestly.com

ତେବେ ଦୁହେଁ ଅଭିନେତା ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମରେ ପାର୍ଶ୍ୱ ଅଭିନେତା ଭାବେ କାମ କରୁଥିବା ଜଣା ପଡ଼ିଛି । ସୁଟିଂରୁ ବୀରତି ନେଇ ବାହାରକୁ ଖାଇବାକୁ ଆସିଥିବା ବେଳେ ଲୋକେ ତାଙ୍କୁ ଦେଖି ଆତଙ୍କବାଦୀ ବୋଲି ଭାବି ନେଇଥିଲେ । ଯାହା ପରେ ପୁଲିସକୁ ସୂଚନା ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe