୫୫ ବର୍ଷରୁ ଅଧିକ ପୁଲିସ କର୍ମୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଲେ କମିଶନର

ଓଡ଼ିଶା ସରକାର ନିଯୁକ୍ତି କରିବେ ଏସପିଓ(ସ୍ପେଶାଲ ପୁଲିସ ଅଫିସର), ଜାଣନ୍ତୁ କେମିତି କରିବେ ଆବେଦନ

Zee News

ମୁମ୍ବାଇ : ଦେଶରେ କରୋନା ଭୂତାଣୁ ମହାମାରୀର ପ୍ରଭାବ ମହାରାଷ୍ଟ୍ରରେ ଅଧିକ ଦେଖିବାକୁ ମିଳିଛି। ସାଧାରଣ ମଣିଷଠାରୁ କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ କମିଶନର ୫୫ ବର୍ଷରୁ ଅଧିକ ବୟସର ପୁଲିସ କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି |

ମୁମ୍ବାଇ ପୁଲିସ କମିଶନର ପରମ୍ବୀର ସିଂ ନିର୍ଦ୍ଦେଶ ଦେଇଛନ୍ତି ଯେ ୫୫ ବର୍ଷରୁ ଅଧିକ ସମସ୍ତ ପୁଲିସ କର୍ମଚାରୀ ଘରେ ରହିବେ ଓ ସେମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ । ଗତ ତିନି ଦିନ ମଧ୍ୟରେ କରୋନା ଭାଇରସ ଯୋଗୁଁ ତିନି ଜଣ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ସମସ୍ତଙ୍କର ବୟସ ୫୫ ବର୍ଷରୁ ଅଧିକ ଥିଲା। ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କୁ ଶିକାର କରୁଛି , କିନ୍ତୁ ବୟସ୍କ ବ୍ୟକ୍ତିମାନେ ଅଧିକ ବିପଦରେ ଅଛନ୍ତି। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଏହି କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶେଷଜ୍ଞମାନେ ଶିଶୁ ଏବଂ ବୃଦ୍ଧଙ୍କ ଯତ୍ନ ନେବାକୁ ନିରନ୍ତର ପରାମର୍ଶ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ କମିଶନର ଏହି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe