Image Courtesy of Business Standard
ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତରେ ବୟାନ୍ ରେକର୍ଡ କରିବା ଲାଗି ଜୁନ୍ ୨୫ ତାରିଖ ଦିନ ମୁମ୍ବାଇର ପାଇଧୋନି ଥାନାରେ ହାଜର ହେବା ପାଇଁ ନିଲମ୍ବିତା ବିଜେପି ମୁଖପାତ୍ରୀ ନୂପୁର ଶର୍ମାଙ୍କ ପ୍ରତି ସମନ୍ ଜାରି ହୋଇଥିବା କଥା ଶନିବାର ଦିନ ମୁମ୍ବାଇ ପୁଲିସ ସୂଚନା ଦେଇଛି।
ରାଜା ଏକାଡେମି ଫାଇଲ୍ କରିଥିବା ଅଭିଯୋଗ ଆଧାରରେ ପୁଲିସ ନୂପୁରଙ୍କ ନାମରେ ଆଗରୁ ମଧ୍ୟ ଗୋଟାଏ ମାମଲା ରୁଜୁ କରିଛି। ଚଳିତ ସପ୍ତାହର ପ୍ରାରମ୍ଭରେ ପାଇଧୋନି ଥାନାରେ ତାଙ୍କ ବିରୋଧ ‘ଏଫ୍ଆଇଆର୍’ ପଞ୍ଜିକୃତ ହୋଇଥିଲା। ଏହାଛଡ଼ା, ସେ ଅଂଶଗ୍ରହଣ କରିଥିବା ବିତର୍କର ଭିଡିଓ ପାଇଁ ମୁମ୍ବାଇ ପୁଲିସ ଉକ୍ତ ନିଉଜ୍ ଚାନେଲ୍କୁ କହିଛି।
Image Courtesy of The Hinduଏହି ମାମଲାରେ ପୁଲିସ ତାଙ୍କର ବୟାନ ରେକର୍ଡ କରିବାକୁ ଚାହୁଁଥିବାରୁ ଜୁନ୍ ୨୫ ତାରିଖ ଦିନ ୧୧ଟା ବେଳେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ମାଲେସିୟା, କୁଏତ୍ ଏବଂ ପାକିସ୍ତାନ ଆଦି ଦେଶ ବିଜେପିର ଦୁଇ ସଦସ୍ୟ ନୂପୁର ଶର୍ମା ଓ ନବୀନ ଜିନ୍ଦଲ୍ ଦେଇଥିବା ମନ୍ତବ୍ୟକୁ ତୀବ୍ର ନିନ୍ଦା କରି ଆସୁଛନ୍ତି। ନୂପୁର ଶର୍ମା ଟେଲିଭିଜନ୍ ବିତର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ନବୀନ ଜିନ୍ଦଲ୍ ଟୁଇଟର୍ରେ ବିବାଦୀୟ ମନ୍ତବ୍ୟ ପୋଷ୍ଟ୍ କରିଥିଲେ।
Follow Us