ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଦୁଇଟି ଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମବେଦନା ପ୍ରକାଶ କରିଛନ୍ତି।
ସେ ଟ୍ବିଟ୍ କରି ଲେଖିଛନ୍ତି, ‘ମୁମ୍ବାଇର ଚେମ୍ବୁର ଏବଂ ବିଖ୍ରୋଲି ଅଞ୍ଚଳରେ ଘର ଭୁଶୁଡ଼ି ମୃତୁବରଣ କରିଥିବା ମୃତକଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।’
ମୁମ୍ବାଇ ବର୍ଷା ହେତୁ ଏବେ ସୁଦ୍ଧା ୧୭ଟି ଟ୍ରେନ୍କୁ ରଦ୍ଦ କରାଯାଇ ସାରିଲାଣି। ଅନେକ ସ୍ଥାନରେ ପାଣି ଜମି ରାସ୍ତା ଜାମ୍ ରହିଛି।
ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବିଳମ୍ବ ହେବା ସହିତ ମୁମ୍ବାଇର ବସ୍ ରୁଟରେ ଡାଇଭର୍ସନ ମଧ୍ୟ ହୋଇଛି। ସେଣ୍ଟ୍ରାଲ୍ ମେନ୍ ଲାଇନ୍ ଏବଂ ହାରବର୍ ଲାଇନ ଉପରେ ସ୍ଥାନୀୟ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଦାଦର, ପାରେଲ, କୁର୍ଲା, ଚୁନାଭଟ୍ଟୀ, ୱାଡାଲା ଏବଂ ତିଲକ ନଗରରେ ରେଳ ଟ୍ରାକ୍ ଉପରେ ଜଳ ଜମିି ରହିଥିବା ସୂଚନା ରହିଛି।
Follow Us