ମୁମ୍ବାଇ ବର୍ଷାରେ ଘର ଭୁଶୁଡ଼ି ମୃତ୍ୟୁବରଣ କରିଥିବା ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୋଦୀ

Advertisment
ମୁମ୍ବାଇ ବର୍ଷାରେ ଘର ଭୁଶୁଡ଼ି ମୃତ୍ୟୁବରଣ କରିଥିବା ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୋଦୀ

India Today

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଦୁଇଟି ଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ମୃତକ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ବିଟ୍ କରି ଲେଖିଥିଲେ, ‘ମୁମ୍ବାଇର ଚେମ୍ବୁର ଏବଂ ବିଖ୍ରୋଲି ଅଞ୍ଚଳରେ ଘର ଭୁଶୁଡ଼ି ମୃତୁବରଣ କରିଥିବା ମୃତକଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe