ମୁମ୍ବାଇ ବର୍ଷ‌ା: ଅନ୍‌ଲକ୍‌ରେ ବି ଅନେକ ସେବା ଠପ୍‌, ଆହୁରି ଦୁଇ ଦିନ ଘରେ ବନ୍ଦ ହୋଇ ରହିବେ ମୁମ୍ବାଇ ବାସିନ୍ଦ‌ା

Advertisment
ମୁମ୍ବାଇ ବର୍ଷ‌ା: ଅନ୍‌ଲକ୍‌ରେ ବି ଅନେକ ସେବା ଠପ୍‌, ଆହୁରି ଦୁଇ ଦିନ ଘରେ ବନ୍ଦ ହୋଇ ରହିବେ ମୁମ୍ବାଇ ବାସିନ୍ଦ‌ା

www.indiatoday.in

ମୁମ୍ବାଇ: ଅନ୍‌ଲକ୍‌ ୩.୦ରେ ମଲ୍‌, ସପିଂ କମ୍ପ୍ଲେକ୍ସ ଓ ମାର୍କେଟ ଆଦି ଖୋଲିବା ନେଇ ସରକାର ଅନୁମତି ଦେଇଥିଲେ ବି ବର୍ଷା ହେତୁ ମୁମ୍ବାଇ ବାସିନ୍ଦା ଏହି ସବୁ ସୁବିଧାର ଲାଭ ଉଠାଇ ପାରୁନାହାନ୍ତି। ପ୍ରବଳ ବର୍ଷା ହେତୁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ମୁମ୍ବାଇ ଓ ଥାନେ ପାଇଁ ରେଡ୍ ଆର୍ଲଟ ଜାରି କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ଆଜି ରାତି ୧୨.୪୭ ସମୟରେ ୪.୫୧ ମିଟର୍‌ ବିଶିଷ୍ଟ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଗତକାଲି ମୁମ୍ବାଇରେ ପ୍ରବଳ ବର୍ଷା ହେବା କାରଣରୁ ଅନେକ ସେବା ବ୍ୟାହାତ ହୋଇଥିଲା। ବ୍ରିହନ୍‌ମୁମ୍ବାଇ ମହାନଗର ନିଗମ ଅନୁଯାୟୀ, ମୁମ୍ବାଇରେ ଗତ ୧୦ ଘଣ୍ଟା ମଧ୍ୟରେ ୨୩୦ ମିଲିମିଟରରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଥିବା କାରଣରୁ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ଖାଲି ସେତିକି ନୁହେଁ ବର୍ଷା ହେତୁ ବସ୍, ରେଳ ଚଳାଚଳ ସହିତ ଆହୁରି ଅନେକ ସେବା ବନ୍ଦ ହୋଇଛି।

ଉଲ୍ଲେଖଯୋଗ୍ୟ, ଆରବ ସାଗରରେ ମୌସୁମୀ ସକ୍ରିୟ ହେବା କାରଣରୁ ସୋମବାରଠାରୁ ମୁମ୍ବାଇରେ ବର୍ଷା ହେବା ଆରମ୍ଭ ହୋଇଛି। ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ଓ ଥାନେର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା କାରଣରୁ ଆନକ ସେବା ବ୍ୟାହାତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe