୩ଟାରେ ହେବ ବିସ୍ଫୋରଣ, ଧରାଶାୟୀ ହେବ ବିଏସଇ ବିଲ୍ଡିଂ !

New Project (1)

ନୂଆଦିଲ୍ଲୀ: ୩ଟାରେ ହେବ ବିସ୍ଫୋରଣ...୪ଟି ଆରଡିଏକ୍ସ ଖଞ୍ଜିଛୁ। ଆଜି ସକାଳୁ ସକାଳୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)କୁ ଏଭଳି ଧମକ ମିଳିଥିଲା। ଇମେଲ୍ ମାଧ୍ୟମରେ ଧମକ ମିଳିଥିବା ବେଳେ  ଅପରାହ୍ନ ୩ଟାରେ ବିଏସଇ ବିଲ୍ଡିଂରେ ବୋମା ଫୁଟିବ ବୋଲି ସେଥିରେ ଲେଖାଯାଇଥିଲା।

ସୂଚନା ମିଳିଛି ଯେ, 'କମରେଡ୍ ପିନାରାୟୀ ବିଜୟନ' ନାମକ ଏକ ଆକାଉଣ୍ଟରୁ ଏହି ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା। ଧମକ ପାଇବା ପରେ, ବମ୍ ସ୍କ୍ୱାଡ୍ ଏବଂ ମୁମ୍ବାଇ ପୁଲିସ ଦଳ ବିଏସଇ ବିଲ୍ଡିଂର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଏବଂ ତଲାସୀ କରିଥିଲେ, କିନ୍ତୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା। ଏହି ଘଟଣାରେ ଧାରା ୩୫୧(୧)(ବି), ୩୫୩(୨), ୩୫୧(୩), ୩୫୧(୪) ଅନୁଯାୟୀ ଜଣେ ଅଜ୍ଞାତ ଅଭିଯୁକ୍ତ ବିରୋଧରେ ମାତା ରମାବାଇ ଆମ୍ବେଦକର ମାର୍ଗ ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି। ପୋଲିସ ଏବେ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତଦନ୍ତ କରୁଛି। ସାଇବର ସେଲ୍ ମଧ୍ୟ କେଉଁଠାରୁ ଏବଂ କିଏ ଇମେଲ୍ ପଠାଇଛି ତାହା ଜାଣିବା ପାଇଁ ତଦନ୍ତ ଚଳାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe