ମୁମ୍ବାଇ: ମିଠିବାଈ କଲେଜରେ ଦଳଚକଟା ଭଳି ପରିସ୍ଥିତି, ୧୫ ଛାତ୍ରଛାତ୍ରୀ ଡାକ୍ତରଖାନାରେ

Advertisment
ମୁମ୍ବାଇ: ମିଠିବାଈ କଲେଜରେ ଦଳଚକଟା ଭଳି ପରିସ୍ଥିତି, ୧୫ ଛାତ୍ରଛାତ୍ରୀ ଡାକ୍ତରଖାନାରେ

ମୁମ୍ବାଇ: ଗୁରୁବାର ରାତିରେ ଓ୍ଵାଇଲ୍‌ ପାରେଲ୍‌ ଠାରେ ଥିବା ମିଠିବାଈ କଲେଜରେ ଦଳଚକଟା ଭଳି ପରିସ୍ଥିତିରେ ଆହତ ହୋଇଥିବା ପନ୍ଦର ଜଣ ଛାତ୍ରଛାତ୍ରୀଙ୍କୁ ଆର୍‌ଏନ୍‌ କୁପର ହସ୍‌ପିଟାଲ୍‌କୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି।

ମୁମ୍ବାଇର ଶୀର୍ଷସ୍ତରୀୟ କଲେଜଗୁଡ଼ିକ ମଧ୍ୟରୁ ମିଠିବାଈ କଲେଜ ଅନ୍ୟତମ।

ଘଟନାଟି ରାତି ୧୦: ୩୦ ମିନିଟ୍‌ରେ ଘଟିଥିବା ଖବର ମିଳିଛି।

ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ବିଏମ୍‌ସି) ବିପର୍ଯ୍ୟୟ ସେଲ୍‌ ସୂଚନା ଅନୁସାରେ, ଏକ ଜନପ୍ରିୟ ଗାୟକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିବା ବେଳେ ଦଳେ ଲୋକ କଲେଜ ପରିସର ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଦଳଚକଟା ଭଳି ପରିସ୍ଥିତି ଉପୁଜିଥିଲା।

publive-image

ଜୁହୁ ଥାନାର ଜଣେ ପୁଲିସ କହନ୍ତି: କଲୋସିୟମ୍‌ ଫେଷ୍ଟ୍‍ରେ ଜଣେ ଜନପ୍ରିୟ ଗାୟକ ଦଳ କାର୍ଯ୍ୟକ୍ରମ ପରିବେଶଣ କରୁଥିଲେ। ସବୁ ପଟରୁ ଗେଟ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ତା’ପରେ କେତେକ ପିଲା ଗେଟ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହା ଦଳଚକଟା ପରି ପରିସ୍ଥିତି, କିନ୍ତୁ ପ୍ରକୃତରେ ଦଳାଚକଟା ନୁହେଁ। ଶ୍ୱାସରୁଦ୍ଧ ଯୋଗୁଁ କେତେକ ଛାତ୍ରଛାତ୍ରୀ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଆର୍‌ ଏନ୍‌ କୁପର ହସ୍‌ପିଟାଲ୍‌କୁ ନିଆଯାଇଥିଲା।

ଆଇସିୟୁରେ ଥିବା ତିନିଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିଲା।

ଆର୍‌ଏନ୍‌ କୁପର୍‌ ହସ୍‌ପିଟାଲ୍‌ର ଡାକ୍ତରମାନେ କହିଛନ୍ତି ଯେ ୨୦ ରୁ ୨୪ ବର୍ଷିୟ ଛାତ୍ରଛାତ୍ରୀମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe