ମହାରାଷ୍ଟ୍ର ବନ୍ଦ: ମୁମ୍ବାଇରେ ବସ୍‌-ଟ୍ରେନ୍‌ ସେବା ଠପ୍‌, ୪୦,୦୦୦ ସ୍କୁଲ ବନ୍ଦ

Advertisment
ମହାରାଷ୍ଟ୍ର ବନ୍ଦ: ମୁମ୍ବାଇରେ ବସ୍‌-ଟ୍ରେନ୍‌ ସେବା ଠପ୍‌, ୪୦,୦୦୦ ସ୍କୁଲ ବନ୍ଦ

ମୁମ୍ବାଇ: ଭୀମା-କୋରେଗାଓ ସଙ୍ଘର୍ଷର ୨୦୦ତମ ବର୍ଷ ପୂର୍ତ୍ତି ଅବସରରେ ନୂଆବର୍ଷରେ ହୋଇଥିବା ହିଂସାକୁ ନେଇ ବୁଧବାର ମହାରାଷ୍ଟ୍ରରେ ବନ୍ଦ ପାଳନ ହୋଇଛି। ଏହି ହିଂସା ପୁନେରୁ ମୁମ୍ବାଇ ପହଞ୍ଚିଛି। ରାଜ୍ୟ ସରକାର ମାମଲାର ନ୍ୟାୟିକ ଯାଞ୍ଚ ଆଦେଶ ଦେଇଛନ୍ତି। ହିଂସା ବିରୋଧରେ ବୁଧବାର ଅନେକ ସଂଗଠନ ଏକାଠି ହୋଇଛନ୍ତି। ସଂସଦରେ ମଧ୍ୟ ଏହି ମାମଲା ଉଠିଛି। ଲୋକସଭାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ନେଇ ବିବାଦ ହେବା ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ।

ମୁମ୍ବାଇରେ ବୁଧବାର ୪୦,୦୦୦ ସ୍କୁଲ ବନ୍ଦ ରହିଥିଲା। ସେହିପରି ବସ୍‌ ଓ ଟ୍ରେନ ସେବା ମଧ୍ୟ ବନ୍ଦ ଥିବାରୁ ଯାତ୍ରୀମାନେ ବହୁ ହଇରାଣ ହୋଇଥିଲେ। ନିକଟରେ ଆରମ୍ଭ ହୋଇଥିବା ଲୋକାଲ ଟ୍ରେନ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ସେହିପରି ଅକୋଲାରେ ପଥର ଫିଙ୍ଗାଫିଙ୍ଗି ହୋଇଥିଲା।

ରିପ୍ଲବିକେନ ପାର୍ଟି ଅଫ୍‌ ଇଣ୍ଡିଆ ମଙ୍ଗଳବାର ଥାନେରେ ବିରୋଧ ପ୍ରଦର୍ଶନ କରିବା ପରେ ବୁଧବାର ମୁମ୍ବାଇର ପ୍ରତ୍ୟେକ ପୁଲିସ ଥାନାରେ ଧାରଣା ଦେଇଥିଲା। ଗୋଷ୍ଠୀ ସଂଘର୍ଷ ଘଟଣା ରାଜ୍ୟ ପରିବହନ ବିଭାଗକୁ ବହୁ କ୍ଷତି ପହଞ୍ଚାଇଛି। ହିଂସାରେ ୧୩୪ଟି ବସ କ୍ଷତିଗ୍ରସ୍ତ ହୋଇଛି। ମୁମ୍ବାଇ, ପୁନେ, ଥାନେ ଓ ଔରଙ୍ଗାବାଦରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି।

ହିଂସା ପରେ ବହୁଜନ ମହାସଂଘର ନେତା ଓ ଡା. ବିଆର ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର ବୁଧବାର ମହାରାଷ୍ଟ୍ର ବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe