ଆତଙ୍କବାଦୀ ଆକ୍ରମଣର ସାକ୍ଷୀ ଦେଇଥିବାରୁ ସମ୍ପର୍କ କାଟି ଦେଇଛନ୍ତି ସମ୍ପର୍କୀୟ

ମୁମ୍ବାଇରେ ୨୦୦୮ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଦେବିକା ରୋଟୱାନ୍ ଆଜି ବି ସେ ଭୟଙ୍କର ରାତିକୁ ଭୁଲି ପାରି ନାହାନ୍ତି। ଆତଙ୍କବାଦୀ ଆକ୍ରମଣର ସାକ୍ଷୀ ଦେଇଥିବାରୁ ସମ୍ପର୍କ କାଟି ଦେଇଛନ୍ତତି ସମ୍ପର୍କୀୟ।

we


ନୂଆଦିଲ୍ଲୀ: ମୁମ୍ବାଇରେ ୨୦୦୮ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଦେବିକା ରୋଟୱାନ୍ ଆଜି ବି ସେ ଭୟଙ୍କର ରାତିକୁ ଭୁଲି ପାରି ନାହାନ୍ତି। ଏହି ଘଟଣା ତାଙ୍କ ଜୀବନକୁ ପୂରାପୂରି ବଦଳାଇ ରଖି ଦେଇଛି। 

୨୦୦୮ ନଭେମ୍ବର ୨୬ତାରିଖ ଦିନ ୯ବର୍ଷୀୟ ଦେବିକା ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରେ ପୁଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟର ଶିକାର ହୋଇଥିଲେ। ସେ ସମୟରେ ଗୋଡରେ ବାଜିଥିବା ଗୁଳି ପାଇଁ ଦେବିକା ଆଜି ପର୍ଯ୍ୟନ୍ତ ଯନ୍ତ୍ରଣା ପାଉଛନ୍ତି।  

ସେହି ରାତିକୁ ମନେ ପକାଇ ଦେବିକା କହିଛନ୍ତି,‘ ୨୬ ନଭେମ୍ବର ୨୦୦୮ ରାତିରେ ମୁଁ ମୋ ବାପା ଓ ଭାଇ ସହି ପୁଣେରେ ଥିବା ବଡ଼ ଭାଇଙ୍କୁ ଭେଟିବାକୁ ଯାଉଥିଲୁ। ଏହି ସମୟରେ ମୁଁ ପୁଲିସ ଓ ଆତଙ୍କବାଦୀ ମଧ୍ୟରେ ହେଉଥିବା ଗୁଳି ବିନିମୟର ଶିକାର ହୋଇଯାଇଥିଲି। ଆଉ କିଛି ସମୟ ପରେ ଅଚେତ ହୋଇପଡ଼ିଥିଲି।


ହସ୍ପିଟାଲରେ ଏକମାସ ଧରି ଚିକିତ୍ସିତ ହେବାପରେ ରାଜସ୍ଥାନ ଫେରି ଆସିଥିଲୁ। ଏଠାକୁ ଆସିବା ପରେ ମୁମ୍ବାଇର ଅପରାଧ ଶାଖା ପରିବାର ସହିତ ଯୋଗାଯୋଗ କରି ସାକ୍ଷୀ ଦେବାକୁ କହିଥିଲେ। ଘରଲୋକ ତୁରନ୍ତ ରାଜି ହୋଇ ଯାଇଥିଲେ କାରଣ ମୁଁ ଓ ମୋ ବାପା ଆତଙ୍କବାଦୀମାନଙ୍କୁ ସ୍ପଷ୍ଟ ଭାବେ ଦେଖିଥିଲୁ। ଏହି ସାକ୍ଷୀ ଦେଇଥିବାରୁ ସେବେଠାରୁ ଅନେକ ସମ୍ପର୍କୀୟ ଆମ ପରିବାର ସହିତ ସମ୍ପର୍କ କାଟି ଦେଇଛନ୍ତି। କାହିଁକି ନା ସେମାନଙ୍କ ଧାରଣା ଯଦି ଆମ ସହିତ ସମ୍ପର୍କ ରଖିବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଚାଲିଆସିବେ।

ସେହି ରାତି କଥା ମନେ ପଡ଼ିଲେ ମୋ ଲୋମମୂଳ ଟାଙ୍କୁରି ଉଠୁଛି। ମୁଁ ସେ ସମୟରେ ଆତଙ୍କବାଦୀ  ଅଜମଲ କସାବକୁ ମାରିବାକୁ ଚାହୁଁଥିଲି କିନ୍ତୁ ସେତେବେଳେ ମୋର ବୟସ ମାତ୍ର ୯ବର୍ଷ ଥିଲା।

ତେଣୁ ଅଦାଲତରେ ଆତଙ୍କବାଦୀକୁ ଚିହ୍ନିବା ଛଡ଼ା ମୁଁ ଆଉ କିଛି କରି ପାରି ନଥିଲି। ମୋ ଆଶ ବଡ଼ ହୋଇ ମୁଁ ଜଣେ ଆଇପିଏସ ହୋଇ ଦେଶର ସେବା କରିବି। ଏଥିପାଇଁ ପରିଶ୍ରମ ଓ ଚେଷ୍ଟା ବି କରିବି। ତେଣିକି ଭଗବାନଙ୍କ ଇଚ୍ଛା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe