ମୁମ୍ବାଇରୁ ପୁଣେ ଲାଗିବ ୨୫ ମିନିଟ୍‌, ଚାଲିବ ହାଇପର୍‌ଲୁପ୍‌

ମୁମ୍ବାଇରୁ ପୁଣେ ଲାଗିବ ୨୫ ମିନିଟ୍‌, ଚାଲିବ ହାଇପର୍‌ଲୁପ୍‌

zeenews

ମୁମ୍ବାଇ: ମୁମ୍ବାଇରୁ ପୁଣେ ମଧ୍ୟରେ ହାଇପର୍‌ଲୁପ୍‌ ସେବାର ପ୍ରଚଳନ ପାଇଁ ଆଜି ମହାରାଷ୍ଟ୍ର ସରକାର ଓ ଭର୍ଜିନ୍‌ ହାଇପର୍‌ଲୁପ୍‌ ଓ୍ଵାନ୍‌ କମ୍ପାନି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ହାଇପର୍‌ଲୁପ୍‌ ସେବାର ପ୍ରଚଳନ ଆରମ୍ଭ ହେଲେ ମୁମ୍ବାଇରୁ ପୁଣେକୁ ଯାତ୍ରା କରିବା ପାଇଁ ମାତ୍ର ୨୫ ମିନିଟ ସମୟ ଲାଗିବ।

ଏହି ପ୍ରସ୍ତାବିତ ହାଇପରଲୁପ୍‌ ସେବା ପୁଣେ, ନଭି ମୁମ୍ବାଇ ଅନ୍ତର୍ଜାତିକ ବିମାନ ବନ୍ଦର ଦେଇ ମୁମ୍ବାଇ ପର୍ଯ୍ୟନ୍ତ ପ୍ରସାରିତ ହେବ। ଏଥିରେ ପୁଣେରୁ ମୁମ୍ବାଇକୁ ଯାତ୍ରା ପାଇଁ ମାତ୍ର ୨୫ ମିନିଟ ସମୟ ଲାଗିବ। ଏହି ହାଇପରଲୁପ୍‌ରେ ଉଭୟ ଯାତ୍ରୀ ଓ ମାଲପରିବହନ ହୋଇପାରିବ। ଆସନ୍ତା ୬ମାସ ମଧ୍ୟରେ ଏହି ପ୍ରକଳ୍ପର କାମ ଆରମ୍ଭ କରାଯିବ ଏବଂ ଦୁଇ ପର୍ଯ୍ୟାୟରେ ଏହାର କାମକୁ ଶେଷ କରାଯିବ।

publive-image http://www.telegraph.co.uk

ପ୍ରଥମ ପର୍ଯ୍ୟାୟରେ ପୁଣେ, ନଭି ମୁମ୍ବାଇ ଅନ୍ତର୍ଜାତିକ ବିମାନ ବନ୍ଦର ଦେଇ ମୁମ୍ବାଇ ପର୍ଯ୍ୟନ୍ତ ଦୁଇ ବର୍ଷ ମଧ୍ୟରେ ହାଇପରଲୁପ୍‌ ପାଇଁ ଧାରଣା ଓ ଷ୍ଟେସନ୍‌ କାମ ସଂପୂର୍ଣ୍ଣ ହେବ ଏବଂ ତିନି ବର୍ଷ ମଧ୍ୟରେ ହାଇପରଲୁପ୍‌ ସେବା ଆରମ୍ଭ ହୋଇଯିବ।

ଦ୍ୱିିତୀୟ ପର୍ଯ୍ୟାୟରେ ହାଇପରଲୁପ୍‌ ସେବା ମୁମ୍ବାଇ ଜବାହାରଲାଲ ନେହେରୁ ବନ୍ଦରରୁ ପୁଣେର ଇଣ୍ଡଷ୍ଟ୍ରିଆଲ୍‌ ଇକନମିକ୍‌ ଜୋନ୍‌ ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବ। ପରବର୍ତ୍ତୀ ସମୟରେ ଏହି ହାଇପରଲୁପ୍‌ ଦେଶର ସମସ୍ତ ବଡ଼ ବଡ଼ ସହରଗୁଡ଼ିକ ମଧ୍ୟରେ ଚଳାଚଳ କରିବ। ଆଜି ବୁଝାମଣାପତ୍ର ସ୍ୱାକ୍ଷର ପରେ ଭର୍ଜିନ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଏବଂ ଭର୍ଜିନ୍‌ ହାଇପରଲୁପ୍‌ର ଅଧ୍ୟକ୍ଷ ରିଚାର୍ଡ ବ୍ରାନ୍‌ସନ୍‌ କହିଛନ୍ତି ଯେ ବିଂଶ ଶତାବ୍ଦୀରେ ଭାରତ ଉପରେ ରେଳ ଯେଉଁ ପ୍ରଭାବ ପକାଇଥିଲା, ଏକବିଂଶ ଶତାବ୍ଦୀରେ ହାଇପରଲୁପ୍‌ ଠିକ୍‌ ସେଇ ପ୍ରଭାବ ପକାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe