ପାଣି ପିଇବାକୁ ଦେଉନଥିବା ଅଭିଯୋଗ କରିଥଲେ ନବନୀତ୍, ଚା’ ପିଉଥିବାର ଭିଡିଓ ଟ୍ବିଟ୍ କଲେ ମୁମ୍ବାଇ ପୁଲିସ କମିସନର

ପାଣି ପିଇବାକୁ ଦେଉନଥିବା ଅଭିଯୋଗ କରିଥଲେ ନବନୀତ୍, ଚା’ ପିଉଥିବାର ଭିଡିଓ ଟ୍ବିଟ୍ କଲେ ମୁମ୍ବାଇ ପୁଲିସ କମିସନର

aajtak

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିସା ପଢ଼ିବାର ଧମକ ଦେଇ ଗିରଫ ହୋଇଥିବା ସାଂସଦ-ବିଧାୟକ ଦମ୍ପତି ନବନୀତ୍ ରାଣା ଓ ରବି ରାଣା ଦିନକୁ ଦିନ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ଗତକାଲି ବିଚାର ବିଭାଗୀୟ ହାଜତରେ ଥିବା ବେଳେ ତାଙ୍କ ଜାତି ହେତୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା କହିଥିଲେ ନବନୀତ୍। ଏହା ସହ ତାଙ୍କୁ ଶୌଚାଳୟ ଯିବାକୁ ଅନୁମତି ଦିଆନଯିବା ସହ ପାଣି ପିଇବାକୁ ଦିଆଯାଉନଥିବା କହିଥିଲେ ନବନୀତ୍। ଏବେ ଏକ ଭିଡିଓ ସେୟାର କରି ନବନୀତଙ୍କ ଏଭଳି ଅଭିଯୋଗକୁ ମିଛ ବୋଲି ପ୍ରମାଣ କରିଛନ୍ତି ମୁମ୍ବାଇର ବରିଷ୍ଠ ପୁଲିସ ଅଧିକାରୀ।

ମୁମ୍ବାଇ ପୁଲିସ କମିସନର ସଞ୍ଜୟ ପାଣ୍ଡେ ଏକ ଭିଡିଓ ଟ୍ବିଟ କରିଛନ୍ତି, ଯେଉଁଥିରେ ରାଣା ଦମ୍ପତି ଚା’ ପିଉଥିବା ଦେଖାଯାଇଛି। ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ନବନୀତଙ୍କ ଅଭିଯୋଗକୁ ନେଇ ଏବେ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ସୋମବାର ଦିନ ନବନୀତ ରାଣା ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ। ସେ ଚିଠିରେ ଲେଖିଥିଲେ ଯେ, ମୁଁ ରାତିସାରା ବାରମ୍ବାର ପିଇବାକୁ ପାଣି ମାଗିଥିଲି। ହେଲେ ମୋତେ ପାଣି ଦିଆଯାଇନଥିଲା। ଉପସ୍ଥିତ ପୁଲିସ୍ କର୍ମଚାରୀ ମୋତେ କହିଥିଲେ ଯେ ମୋ ଜାତି ପାଇଁ ସେମାନେ ମୋତେ ଗ୍ଲାସରେ ପାଣି ପିଇବାକୁ ଦେବେ ନାହିଁ।

ତାଙ୍କର ଏଭଳି ଅଭିଯୋଗ ପରେ ବିରୋଧୀ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ପୁଲିସ କମିସନରଙ୍କ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe