ଓହଳିକି କରୁଥିଲେ ଯାତ୍ରା: ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ଥାଣେର କସରା ଅଞ୍ଚଳକୁ ଯାଉଥିବା ଏକ ଲୋକାଲ୍ ଟ୍ରେନରୁ ଟ୍ରାକ୍ ଉପରେ ପଡ଼ି ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। 

djnghk,

ଥାଣେ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ଥାଣେର କସରା ଅଞ୍ଚଳକୁ ଯାଉଥିବା ଏକ ଲୋକାଲ୍ ଟ୍ରେନରୁ ଟ୍ରାକ୍ ଉପରେ ପଡ଼ି ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। 

ଅଧିକାରୀଙ୍କ ଅନୁଯାୟୀ, ଅତି କମରେ ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନ୍ ରୁ ଖସି ପଡ଼ିଥିବା ଜଣାପଡ଼ିଛି। ପୁଲିସ କହିଛି ଯେ ଥାଣେ ଜିଲ୍ଲାର ମୁମ୍ବ୍ରା ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଭାରତୀୟ ରେଳବାଇ ଅନୁଯାୟୀ, ଟ୍ରେନ୍ ଭିତରେ ଅତ୍ୟଧିକ ଭିଡ଼ ଯୋଗୁ ଲୋକମାନେ ଏକ ଡବାରୁ ଖସି ପଡ଼ିଥିଲେ।  ଭିଡ଼ ଯୋଗୁ ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ। ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଛନ୍ତି। ଘଟଣାର ତଦନ୍ତ ଚାଲିଛି।

 ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ରେଳବାଇ ପୁଲିସ (ଜିଆର୍‌ପି) ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ରେଲୱେ ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe