୨୨ କି.ମି ଡ୍ରେନରେ ଭାସି ଭାସି ଯାଇ ସମୁଦ୍ରରୁ ଉଦ୍ଧାର ହେଲା ମ୍ୟାନ୍‌ହୋଲ୍‌ରେ ପଡ଼ି ଯାଇଥିବା ମହିଳାଙ୍କ ମୃତଦେହ

Advertisment
୨୨ କି.ମି ଡ୍ରେନରେ ଭାସି ଭାସି ଯାଇ ସମୁଦ୍ରରୁ ଉଦ୍ଧାର ହେଲା ମ୍ୟାନ୍‌ହୋଲ୍‌ରେ ପଡ଼ି ଯାଇଥିବା ମହିଳାଙ୍କ ମୃତଦେହ

www.indiatoday.in

ମୁମ୍ବାଇ: ମୁମ୍ବାଇର ଜଣେ ମହିଳା ମ୍ୟାନ୍‌ହୋଲ୍‌ରେ ପଡ଼ିଯିବା ପରେ ତାଙ୍କର ପରଲୋକ ଘଟିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳା ଜଣକ ମ୍ୟାନ୍‌ହୋଲ୍‌ରେ ପଡ଼ି ଯାଇଥିବା ବେଳେ ତାଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ‌ଦେହ ମ୍ୟାନ୍‌ହୋଲ୍‌ରୁ ପ୍ରାୟ ୨୨ କିଲୋମିଟର ଡ୍ରେନ୍‌ରେ ଭାସି ଭାସି ଯାଇ ସମୁଦ୍ରରେ ପହଞ୍ଚିଥିବା ସନ୍ଦେହ କରାଯାଉଛି।

୩୨ ବର୍ଷିୟା ମହିଳା ଜଣକ ଘାଟକୋପରରେ ନିଖୋଜ ହୋଇଯାଇଥିଲେ। ଦିନସାରା ତାଙ୍କୁ ଖୋଜିବା ପରେ କର୍ତ୍ତୃପକ୍ଷ ତାଙ୍କ ମୃତଦେହକୁ ହାଜି ଅଲିର ସମୁଦ୍ରରେ ପାଇଛନ୍ତି ଏବଂ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ସେ ମ୍ୟାନ୍‌ହୋଲ୍‌ରେ ପଡ଼ିଯିବା ପରେ ତାଙ୍କ ମୃତଦେହ ୨୨ କି.ମି ଦୂରତ୍ବ ସିୱେଜ ଦେଇ ଯାଇଥିଲା।

publive-image Mumbai Mirror

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶିତଲ ଓ ତାଙ୍କ ପୁଅ ଅକ୍ଟୋବର ୩ ତାରିଖରେ ବାହାରକୁ ଯାଇଥିଲେ। ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଶିତଲ ତାଙ୍କ ପୁଅକୁ ଆଗୁଆ ଘରକୁ ପଠାଇ ଦେଇଥିଲେ। ମାତ୍ର ସେ ନିଜେ ଘରକୁ ଆଉ ଫେରିପାରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିବାରୁ ମ୍ୟାନ୍‌‌ହୋଲ୍‌ ନିକଟରୁ ଶିତଲଙ୍କ ବ୍ୟାଗ୍‌ ପାଇବା ପରେ ଶିତଲ ସେଠାରେ ପଡ଼ି ଯାଇଛନ୍ତି ବୋଲି ସନ୍ଦେହ କରିଥିଲେ।

ଶିତଲଙ୍କୁ ମହୀମ, ତାଣ୍ଡେଓ, ବାନ୍ଦ୍ରା-କୁର୍ଲା ଅଞ୍ଚଳରେ ପ୍ରାୟ ୩୩ ଘଣ୍ଟା ଖୋଜିବା ପରେ ତ‌ାଙ୍କ ମୃତଦେହ ସମୁଦ୍ରରୁ ମିଳିଥିଲା। ଶରୀର ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ‌ହୋଇଛି।

ମାତ୍ର ମହିଳା ସିୱେଜ ଲାଇନ୍‌ରେ ଯାଇ ସମୁଦ୍ରରେ ପହଞ୍ଚିବା କଥାରେ ଏକମତ ହୋଇନାହିଁ ବିଏମ୍‌ସି। ସିୱେଜ ଲାଇନ୍‌ ଯେଉଁଭଳି ଭାବେ ଡିଜାଇନ୍‌ ହୋଇଛି ସେଥିରେ କାହାର ଶରୀର ୨୨ କିଲୋମିଟର ପର୍ଯ୍ୟନ୍ତ ଯିବା ଅସମ୍ଭବ ବୋଲି ବିିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe