ଗାଡ଼ି ଅଟକାଇବାକୁ କହି ସମୁଦ୍ରକୁ ଡେଇଁବାକୁ ଚାହୁଥିଲେ ମହିଳା, ବଞ୍ଚାଇଲେ କ୍ୟାବ ଚାଳକ

Advertisment
ଗାଡ଼ି ଅଟକାଇବାକୁ କହି ସମୁଦ୍ରକୁ ଡେଇଁବାକୁ ଚାହୁଥିଲେ ମହିଳା, ବଞ୍ଚାଇଲେ କ୍ୟାବ ଚାଳକ

ମୁମ୍ବାଇ: ଜୀବନ ହାରୁଥିବା ମହିଳାଙ୍କ ଜୀବନ ବଞ୍ଚାଇ‌ଲେ କ୍ୟାବ ଚାଳକ। କ୍ୟାବରେ ଯାଉଥିବା ବେଳେ ହଠାତ୍ ଗାଡ଼ି ଅଟକାଇବାକୁ କହି ଅଟଳ ସେତୁ ଉପରକୁ ଡେଇଁବାକୁ ଚଢ଼ିଥିଲେ ମହିଳା। ହେ‌ଲେ ଠିକ ସମୟରେ କ୍ୟାବ ଚାଳକ ତାଙ୍କୁ ଧରି ପକାଇଥିଲେ। କିଛି ସେକେଣ୍ଡ ପରେ ପୁଲିସ୍ ଟିମ୍ ପହଞ୍ଚି ନିଜ ଜୀବନକୁ ବିପଦରେ ପକାଇ ସାହସ ଦେଖାଇବା ସହ ରେଲିଂ ଉପରେ ଚଢ଼ି ମହିଳାଙ୍କ ଜୀବନ ରକ୍ଷା କରିଥିଲେ। ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

ପୁଲିସ ଅଧିକାରୀଙ୍କ କହିବାନୁସାରେ, ୫୬ବର୍ଷୀୟା ମହିଳା ରୀମା ମୁକେଶ ପଟେଲ ମୁମ୍ବାଇର ମୁଲୁଣ୍ଡର ବାସିନ୍ଦା। ରୀମା ଏକ କ୍ୟାବ ବୁକ୍ କରି ଅଟଳ ସେତୁ ମଝିରେ ପହଞ୍ଚିବା ପରେ ଡ୍ରାଇଭରକୁ କାର ରୋକିବାକୁ କହିଥିଲେ। କାର୍ ଅଟକିବା ପରେ ରୀମା କାରରୁ ଓହ୍ଲାଇ ବ୍ରିଜର ରେଲିଂ ଉପରକୁ ଚଢ଼ିଯାଇଥିଲା। ଏହା ପ‌ରେ ସେ ସମୁଦ୍ରକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ କ୍ୟାବ ଚାଳକ ତାଙ୍କୁ ଧରି ପକାଇଥିଲେ। ଅନ୍ୟପକ୍ଷରେ ଅଟଳ ସେତୁରେ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିବାରୁ କଣ୍ଟ୍ରୋଲ ରୁମ ପାଖରେ ଏହି ଖବର ପହଞ୍ଚିଥିଲା। ତୁରନ୍ତ ୪ଜଣ ପୁଲିସକର୍ମୀ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପ‌ରେ କ୍ୟାବଚାଳକ ମହିଳାଙ୍କୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିଥିଲେ।  ଏହା ଦେଖି ୪ଜଣ ପୁଲିସକର୍ମୀ ନିଜ ଜୀବନକୁ ବିପଦରେ ପକାଇ ମହିଳାଙ୍କୁ ଉପରକୁ ଟାଣି ଆଣିଥିଲେ।

ତେବେ ମହିଳାଜଣକ ଏଭଳି ଜୀବନ ହାରିବାକୁ କାହିଁକି ଚାହୁଥିଲେ, ତାହା ସାମ୍ନାକୁ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe