ପରମବୀର କେଉଁଠି ଲୁଚିଛନ୍ତି ନକହିବା ଯାଏଁ ଶୁଣାଣି ହେବନାହିଁ

Advertisment
ପରମବୀର କେଉଁଠି ଲୁଚିଛନ୍ତି ନକହିବା ଯାଏଁ ଶୁଣାଣି ହେବନାହିଁ

newsroompost

ନୂଆଦିଲ୍ଲୀ: ପଳାତକ ଘୋଷିତ ହୋଇଥିବା ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାରେ ଗିରଫରୁ ବର୍ତ୍ତିବାପାଇଁ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ପରମବୀର ସିଂହଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ପରମବୀର କେଉଁଠି ଅଛନ୍ତି, ସେ ଭାରତରେ ଅଛନ୍ତି କି ବିଦେଶରେ ଲୁଚିଛନ୍ତି ତାହା ସେ ନ ଜଣାଇବା ପର୍ଯ୍ୟନ୍ତ ଉକ୍ତ ମାମଲାରେ ଶୁଣାଣି ହେବନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ସଂଜୟ କିଶନ କାଉଲ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ସେ ଜଣେ ବରିଷ୍ଠ ଅଧିକାରୀ ଏବଂ ତାଙ୍କର କାର୍ଯ୍ୟ ଦ୍ବାରା ବ୍ୟବସ୍ଥା ଉପରେ ବିଶ୍ବସନୀୟତାକୁ ନେଇ ଚିନ୍ତା ପ୍ରକଟ ହୋଇଛି। କୋର୍ଟ ଉକ୍ତ ମାମଲାର ଶୁଣାଣି ଆଗାମୀ ୨୨ ତାରିଖରେ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ପରମବୀର ସିଂହ ‌ଗତ ସେପ୍ଟେମ୍ବରରୁ ନିଖୋଜ ହୋଇଯାଇଛନ୍ତି। ପରମବୀର ଦେଶ ଛାଡ଼ି ପଳାଇଛନ୍ତି ବୋଲି ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନୁମାନ କରୁଛନ୍ତି। ମୁମ୍ବାଇ ପୁଲିସ କ୍ରାଇମ ବ୍ରାଞ୍ଚ୍‌ ପରମବୀର ସିଂହଙ୍କ ବିରୋଧରେ ଏକ ଦାଦାବଟି ଆଦାୟ ମାମଲା ରୁଜୁ କରିଛି। ପରମବୀର ସିଂହଙ୍କ ସମେତ ପୁଲିସ ଅଫିସର ସଚିନ ଭାଜେ, ସୁମିତ ସିଂହ ଓରଫ ଚିଣ୍ଟୁ, ଅଳ୍ପେଶ ପଟେଲ ପ୍ରମୁଖଙ୍କ ନାମ ଏତଲାରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe