ଏତେବଡ଼ ଆକ୍ରମଣ କେମିତି ହେଲା ? ଶୋଇଥିଲ କି ? ନିଜ ଅଧିକାରୀଙ୍କୁ ମୁନୀରଙ୍କ ଭର୍ତ୍ସନା

ପାକିସ୍ତାନ ସୀମା ଉପରେ ଆଫଗାନ ତାଲିବାନର ଅତର୍କିତ ଆକ୍ରମଣ ଓ ଅନେକ ପାକ ସୈନ୍ୟଙ୍କ ମୃତ୍ୟୁ ପରେ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି ପାକିସ୍ତାନ ସେନାମୁଖ୍ୟ ଫିଲଡ୍ ମାର୍ସାଲ ଅସିମ ମୁନୀର। ସେ ନିଜ ସେନା ଅଧିକାରୀମାନଙ୍କ ଏକ ଜରୁରୀ ବୈଠକ ଡକାଇ ସେମାନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । 

Untitled-40

ଇସ୍ଲାମାବାଦ : ପାକିସ୍ତାନ ସୀମା ଉପରେ ଆଫଗାନ ତାଲିବାନର ଅତର୍କିତ ଆକ୍ରମଣ ଓ ଅନେକ ପାକ ସୈନ୍ୟଙ୍କ ମୃତ୍ୟୁ ପରେ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି ପାକିସ୍ତାନ ସେନାମୁଖ୍ୟ ଫିଲଡ୍ ମାର୍ସାଲ ଅସିମ ମୁନୀର । ସେ ନିଜ ସେନା ଅଧିକାରୀମାନଙ୍କ ଏକ ଜରୁରୀ ବୈଠକ ଡକାଇ ସେମାନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । 

ସୂଚନାଯୋଗ୍ୟ ଯେ ଗତ ଶନିବାର ରାତିରେ ଆଫଗାନିସ୍ତାନ ତାଲିବାନ ପାକିସ୍ତାନ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଓ ଅନେକ ପାକିସ୍ତାନୀ ପୋଷ୍ଟ କବଜା କରିନେଇଥିଲା। ତାଲିବାନ ଦାବି କରିଛି ଯେ ଆକ୍ରମଣରେ ୫୮ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଏହି ଆଫଗାନ ଆକ୍ରମଣ ପାକିସ୍ତାନ ପାଇଁ ବହୁତ ଲଜ୍ଜାଜନକ କାରଣ ହୋଇଛି, ଯାହା ଅସୀମ ମୁନିରଙ୍କୁ କ୍ରୋଧିତ କରିଛି।

ଏତେ ବଡ଼ ଆକ୍ରମଣ କିପରି ହେଲା ? ଗୁଇନ୍ଦା ବିଭାଗ ଶୋଇ ରହିଥିଲା କି ? କେମିତି ଆଗୁଆ ସୂଚନା ମିଳିଲା ନାହିଁ ? ସୀମାରେ ଅଧିକ ସଂଖ୍ୟକ ସେନା ସହାୟତା କାହିଁକି ମଗାଯାଇନଥିଲା ? ଏସବୁ ପ୍ରଶ୍ନ ସେ ନିଜ ଅଧିକାରୀମାନଙ୍କୁ ପଚାରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏ ନେଇ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୋମବାର ରାତିରେ ରାୱଲପିଣ୍ଡି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ, ଅସୀମ ମୁନିର ତାଙ୍କର ଶୀର୍ଷ କମାଣ୍ଡରମାନଙ୍କୁ ଭର୍ତ୍ସନା କରି ସେମାନଙ୍କୁ ତିରସ୍କାର କରିଥିଲେ । ଏତେ ବଡ଼ ଆକ୍ରମଣ କିପରି ହେଲା ? ଗୁଇନ୍ଦା ବିଭାଗ ଶୋଇ ରହିଥିଲା କି ? ସୀମାରେ ଅଧିକ ସଂଖ୍ୟକ ସେନା ସହାୟତା କାହିଁକି ମଗାଯାଇନଥିଲା ? ଏସବୁ ପ୍ରଶ୍ନ ସେ ନିଜ ଅଧିକାରୀମାନଙ୍କୁ ପଚାରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏ ନେଇ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 

ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ବୈଠକରେ ପେଶାୱର କୋର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ଅହମ୍ମଦ ବୁଖାରୀ, ଦକ୍ଷିଣ କମାଣ୍ଡ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାହତ ନସିମ ଅହମ୍ମଦ, ଜେନେରାଲ ଷ୍ଟାଫ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଆୱେଜ୍, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଜେନେରାଲ ଅସୀମ ମାଲିକ, ନିର୍ଦ୍ଦେଶକ ଜେନେରାଲ ମିଲିଟାରୀ ଇଣ୍ଟେଲିଜେନ୍ସ ମେଜର ଜେନେରାଲ ୱାଜିଦ୍ ଅଜିଜ୍ ଏବଂ ନିର୍ଦ୍ଦେଶକ ଜେନେରାଲ ମିଲିଟାରୀ ଅପରେସନ୍ସ ମେଜର ଜେନେରାଲ କାଶିଫ୍ ଅବଦୁଲ୍ଲା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe