ସାଧୁଙ୍କ ସମେତ ୨ ଜଣଙ୍କୁ ନିର୍ମମ ହତ୍ୟା

Advertisment
ସାଧୁଙ୍କ ସମେତ ୨ ଜଣଙ୍କୁ ନିର୍ମମ ହତ୍ୟା

OpIndia

ନାନ୍ଦେଡ଼: ମହାରାଷ୍ଟ୍ରରେ ସାଧୁମାନଙ୍କୁ ଲଗାତାର ଟା‌ର୍ଗେଟ୍‌ କରି ହତ୍ୟା କରାଯାଉଛି। ନିକଟରେ ପାଳଘରରେ ୨ ଜଣ ସାଧୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ମାମଲା ଶାନ୍ତ ନହେଉଣୁ ଏବେ ନାନ୍ଦେଡ଼ରେ ଆଉ ଜଣେ ସାଧୁଙ୍କୁ ବର୍ବର ହତ୍ୟା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ନାନ୍ଦେଡ଼ର ଉମରି ତାଲୁକାର ନାଗଠାନାରେ ରହୁଥିବା ବାଳ ବ୍ରହ୍ମଚାରୀ ସାଧୁ ଶିବାଚାର୍ଯ୍ୟଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ଭଗବାନ ସିନ୍ଧେ ନାମକ ଆଉ ଜଣେ ବ୍ୟକ୍ତିଙ୍କ ଶବ ମଧ୍ୟ ମିଳିଛି।

ଉଭୟ ମୃତଦେହକୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଉଭୟଙ୍କୁ ଗଳା କାଟି ହତ୍ୟା କରାଯାଇଛି। ପୁଲିସ ଏହି ହତ୍ୟା ମାମଲାରେ ସାଇନାଥ ସିଂଗାଡ଼େ ନାମକ ଜଣେ ବ୍ୟକ୍ତିକୁ ତେଲେଙ୍ଗାନାରୁ ଗିରଫ କରିଛି। ହତ୍ୟାକାରୀ ସାଧୁଙ୍କ ଶବକୁ ନିଜ ଗାଡ଼ି ଡିକିରେ ପକାଇ ଫେରାର ହୋଇଯିବାରୁ ଉଦ୍ୟମ କରିଥିଲା। କିନ୍ତୁ କାର୍‌ ମଠ ଗେଟ୍‌ ନିକଟରେ ଫସି ଯିବାରୁ ହତ୍ୟାକାରୀ ଘଟଣାସ୍ଥଳରେ କାର୍‌ ଛାଡ଼ି ଏକ ବାଇକ୍‌ ଚୋରାଇ ଫେରାର ହୋଇଯାଇଥିଲା। ହତ୍ୟାକାରୀ ବ୍ୟବହାର କରିଥିବା କାର୍‌ରୁ ଏକ ଲ୍ୟାପ୍‌ଟପ୍‌ ଏବଂ ୬୫ ହଜାର ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe